ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିଵସ ପାଳନ  

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ପରିସର ମଧ୍ୟରେ ଏନ୍ ଏସ,ଏସ ଏବଂ ରେଡକ୍ରସ୍ ମିଳିତ ଅନୁକୁଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିଵସ ପାଳିତ ହୋଇଯାଇଛି Iଏହି କାର୍ଯ୍ୟକ୍ରମରେ କଲେଜର ଅଧକ୍ଷ ଡ଼. ପ୍ରକାଶ ଚନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିଲେ ଏବଂ ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀ ସନ୍ତୋଷ ପାଣିଗ୍ରାହୀ ସଂଯୋଜନା କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର, ପିତଳରୁ ସମାଜସେବୀ ତଥା ଯୋଗ ଗୁରୁ ଶ୍ରୀ ରାଧାଶ୍ୟାମ ସାହୁ, ବି.ନୂଆପଲ୍ଲୀରୁ ଶ୍ରୀ ଅଶୋକ ବିଶୋୟୀ, ବଉଳଘାଇରୁ ଶ୍ରୀ ସୋମନାଥ ସ୍ୱାଇଁ ଓ ନରେନ୍ଦ୍ରପୁରରୁ ଜଗନ୍ନାଥ ପଲାଇ ଯୋଗଦେଇ, ଏକ ସୁସ୍ଥ ଶରୀର ଓ ସୁସ୍ଥ ମନପାଇଁ ଯୋଗର ଆଵଶ୍ୟକତା ବିଷୟରେ ବକ୍ତବ୍ୟ ଦେବା ସହିତ ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ମଧ୍ୟ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଉଚ୍ଛାହର ସହିତ ଯୋଗାଭ୍ୟାସ କରିଥିଲେ। ଶେଷରେ ରସାୟନ ବିଜ୍ଞାନର ଅଧ୍ୟାପକ ଆଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ସାନଖେମୁଣ୍ଡି ବ୍ଲକ ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ ଦିବସ ପାଳିତ ହୋଇଥିବା ବେଳେ ସାହାସପୁର୍ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡକ୍ଟର ଅଭିଷେକ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମେଡିକାଲ ର ସମସ୍ତ କର୍ମଚାରୀ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ। ସାହାସପୂର ପଞ୍ଚାୟତ କାର୍ଯ୍ୟାଳୟ ରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ନିର୍ବାଚିତ ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ