ସାନଖେମୁଣ୍ଡି ରେ ବ୍ଳକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ ) :ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ଦିନ ସାନଖେମୁଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଳକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଶିବିର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ ମାଝୀ ସଂଯୋଜନା କରିଥିବା ବେଳେ ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଉପାଧ୍ଯକ୍ଷା ରିଙ୍କି ନାହକ ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା କୁମାରୀ ସାହୁ, ସିଡ଼ିପିଓ ସୁଚିତ୍ରା ସାହୁ ସରପଞ୍ଚ ସିମାଞ୍ଚଳ ପ୍ରଧାନ ଦୀପ ପ୍ରଜ୍ବଳନ କରି ଶିବିର ଉଦଘାଟନ କରିଥିଲେ। ଦିବ୍ଯାଙ୍ଗ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବା , ସେମାନଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ପ୍ରମାଣପତ୍ର ଓ ପରିଚୟ ପତ୍ର ପ୍ରଦାନ , ଦିବ୍ଯାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସଂପୃକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ବ୍ଳକ ଅଧିନସ୍ଥ ୨୬ ଗୋଟି ପଞ୍ଚାୟତରୁ ୩୦୬ ଜଣ ହିତାଧିକାରୀ ସେମାନଙ୍କ ନାମ ପଞ୍ଜିକରଣ କରି ବିଭିନ୍ନ ସରକାରୀ ସହାୟତା ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ଶାରୀରିକ ଭିନ୍ନକ୍ଷମ ୨୨୩ ଜଣ , ମୁକବଧିର ୪୨ , ଦୃଷ୍ଟିବାଧିତ ୯ , ମାନସିକ ଅନଗ୍ରସର ୧୩, ବସ ପାସ ପାଇଁ୬୩ ଜଣରାସନ୍ କାର୍ଡ ୫୩, ଜଣ ଭତ୍ତା ପାଇଁ ୨୧ ଜଣ, ଇନକାମ ସାର୍ଟଫିକେଟ ପାଇଁ୧୮ ଜଣ ବହୁବିଧ ଭିନ୍ନକ୍ଷମ ୧୯ଜଣ , ଟ୍ରାଇ ସାଇକେଲ ୪୦ , ହ୍ବିଲ ଚେୟାର ୨୧ ଜଣ, ଏବଂ ରେଳ ଟିକେଟ ରିହାତି ନିମନ୍ତେ ବିଭିନ୍ନ ଭତ୍ତା ୨୧ ଋଣ ସହାୟତା ୧୧, ଆବାସ ଯୋଜନାରେ ଘର ପାଇଁ ୧୮ ଯୋଗାଇ ଦେବାକୁ ଆବେଦନ କରିଥିବା ବେଳେ ଟ୍ରାଇ ସାଇକେଲ ୧୩ , ହୁଇଲ ଚେୟାର ୧୦ ଟି ଦିବ୍ଯାଙ୍ଗ ମାନଙ୍କୁ ପ୍ରଦାନ କରାଯାଇଥିଲା । ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିରରେ ବ୍ରହ୍ମପୁର ସିଟି ମେଡିକାଲ ରୁ ସ୍ୱାସ୍ଥ୍ୟ ଅଧିକାରୀ,ଶିକ୍ଷା ଅଧିକାରୀ ସାନଖେମୁଣ୍ଡି ରାଜସ୍ବ ବିଭାଗ , କୃଷି ବିଭାଗ,ସାନଖେମୁଣ୍ଡି ଅଗ୍ନିଶମକର୍ମଚାରୀ , ଗ୍ରାମ୍ୟଜଳଯୋଗାଣ,ମିଶନ ଶକ୍ତି , ମା ମାନେ ପିଇଓ ରାମପ୍ରସାଦ ପୃଷ୍ଟି ଏବଂ ବ୍ଲକର ସମସ୍ତ ଯନ୍ତ୍ରୀ ,ଗ୍ରାମ ରୋଜଗାର ସେବକ,ଯୋଗାଣ ସହାୟକ,କର୍ମଚାରୀ ସମେତ ବ୍ଲକର ଅନ୍ୟ ସମସ୍ତ କର୍ମଚାରୀ , ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ