ବୁଦ୍ଧଖୋଲରେ ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛତା କାର୍ଯ୍ୟକ୍ରମ

ବୁଗୁଡା,(ଅନିଲ କୁମାର ମହାରଣା) :ବୁଗୁଡା ବନ ବିଭାଗ, ବୁଗୁଡା ପିପୁଲସ କଲେଜ ଏନସିସି ଆର୍ମି ଉଇଙ୍ଗି, ବୁଦ୍ଧଖୋଲ ଉନ୍ନୟନ ସମିତି ଓ ଯୁବାଂଶ ୟୁଥ ଅର୍ଗାନାଇସେନ ର ମିଳିତ ଭାବେ ଜାନୁଆରୀ ୯ ତାରିଖ ଦିନ ବୁଦ୍ଧଖୋଲର ବଣଭୋଜି ସ୍ଥଳରେ ଜମିଥିବା ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଅଳିଆ ସାମଗ୍ରୀ ସଫା କରି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ସ୍ୱଚ୍ଛତା ଆଣିଥିଲେ। ପ୍ରୋଭିଜିନାଲ ଏ.ସି.ଫ. ଓଁକାର ଦାଶ, ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ପିପୁଲସ କଲେଜ ଏନସିସି ଅଫିସର ଅଧ୍ୟାପକ ଲେଫ୍ଟେନାଣ୍ଟ ଅଜୟ କୁମାର ସାହୁ ଓ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ପ୍ରମୁଖଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ, ଏନସିସି କ୍ୟାଡଟ, କଲେଜ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ବୃନ୍ଦ ପଲିଥିନ ମୁକ୍ତ ବୁଦ୍ଧଖୋଲ ପାଇଁ ଏକ ସଚେତନତା ରାଲି କରିବା ସହ ବୁଦ୍ଧଖୋଲର ବଣଭୋଜି ସ୍ଥଳୀ ଗୁଡିକ ସଫା କରିଥିଲେ। ଏଥିସହ ସମସ୍ତେ ପରିବେଶ ସ୍ୱଚ୍ଛତା ପାଇଁ ସଚେତନତା କରାଇବାକୁ ଶପଥ ପାଠ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ