ସାନିଟାଇଜ ହେଲା ଚିକିଟିର ବଡବରଙ୍ଗ ଗାଁ

ଚିକିଟି, (ଓ୍ୱାଇଏନ୍‌ଏସ୍‌): ଏହି ବ୍ଲକ କଳବାଡ଼ ପଞ୍ଚାୟତର ବଡ଼ବରଙ୍ଗlରେ କରନା ପଜିଟିଭ ବାହାରିବା ପରେ ସରପଞ୍ଚ ସଞ୍ଜୁ ପ୍ରଧାନ ଓ ପ୍ରତିନିଧି ମିଟୁ ପ୍ରଧାନ ରବିବାର ଏକ ପ୍ରେସମିଟ କରି ପ୍ରଥମେ ବଡ଼ବରଗାଁ ଗାଁକୁ ସଟଡାଉନ ଘୋଷଣା କରିଥିଲେ। ସୋମବାର ଠାରୁ ସାତଦିନିଆ ସଟଡାଉନ ଆରମ୍ଭ ବୋଲି ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ପ୍ରଚାର କରା ଯାଇଥିଲା। ପ୍ରଥମ ଦିନ ରେ ଗ୍ରାମର ଉଭୟ ପାର୍ଶ୍ୱକୁ ସିଲ କରି ଚିକିଟି ଦମକଳ ବାହିନୀ ପହଞ୍ଚି ଗ୍ରାମର ବିଭିନ୍ନ ସାହି କୁ ସାନି ଟାଇଜ କରିଥିଲେ।ସେହି ପରି ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ ଆସି ଗ୍ରାମର ସମସ୍ତ ଲୋକଙ୍କ ଥର୍ମାଲ ସ୍କ୍ରିନି କରି ଲୋକଙ୍କୁ ଅତ୍ୟଆବଶ୍ୟକ ନହେଲେ ଘରୁ ବାହାରକୁ ନ ବାହାରିବା,ହାତ ଧୋଇବା ଓ ମାସ୍କ ପିନ୍ଧିବା ବୋଲି ସଚେତନତା କରାଇଥିଲେ। ସରପଞ୍ଚ ପ୍ରତିନିନିଧି ମିଟୁ ପ୍ରଧାନ,ତହସିଲଦାର ହରପ୍ରସାଦ ଭୋଇ,ଧନଘର ଫାଣ୍ଡି ଅଧିକାରୀ ବିଜୟ ପ୍ରଧାନ, କେ ନୁଆଁ ଗାଁ ଥାନା ସେକେଣ୍ଡ ଅଫିସର ରିତାଞ୍ଜଳି ନାୟକ ପହଞ୍ଚି ଗ୍ରାମ ବାସୀ ସହ ଆଲୋଚନା କରି ସୁରକ୍ଷିତ ରହିବା ପାଇଁ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ