ସାନ୍ତସାହି ଶ୍ରୀ ବଳଦେବଜୀଉ କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ସାନ୍ତସାହିଠାରେ ୨କୋଟି ଟଙ୍କା ବ୍ୟୟରେ ନିର୍ମିତ ଶ୍ରୀବଳଦେବଜୀୟୁ ମନ୍ଦିର ଦେବତ୍ତର ସଂସ୍ଥାର ନବନିର୍ମିତ ଶ୍ରୀବଳଦେବଜୀଉଙ୍କ କଲ୍ୟାଣ ମଣ୍ଡପ ଶୁକ୍ରବାର ଶିଳ୍ପ, ଶକ୍ତି, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୁଷଣ ବେହେରା, ଉପଜିଲ୍ଲାପାଳ ତଥା ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ସଭାପତି ନିରଞ୍ଜନ ବେହେରା, ପୌରାଧ୍ୟକ୍ଷା ସରିତା ସାହୁ, କେନ୍ଦ୍ରାପଡା ତହସିଲଦାର ଅଞ୍ଜଳୀ ତରାଇ, ଏସଡିପିଓ ଜୟନ୍ତ କୁମାର ମହାପାତ୍ର, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ବଳଦେବ ଜୀୟୁ ଦେବୋତ୍ତର ପରିଚାଳନା ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ, ସେବାୟତ ଜିଲ୍ଲା ପରିଷଦର ସଭ୍ୟସଭ୍ୟା, କେନ୍ଦ୍ରାପଡା ପୌରପରିଷଦର ପୌରସଭ୍ୟ ପ୍ରମୁଖ ଉପସ୍ଥିତଥିଲେ । ଟ୍ରଷ୍ଟ ବୋର୍ଡ ବୈଠକର ନିଷ୍ପତ୍ତି କ୍ରମେ ଏହି କଲ୍ୟାଣୀ ମଣ୍ଡପର ପରିଚାଳନା ପାଇଁ ନିଲାମ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯିବ । ଶତପ୍ରତିଶତ ସ୍ୱଚ୍ଛତା ଅବଲମ୍ବନ କରାଯାଇ ଅଧିକ ଅର୍ଥ ପ୍ରଦାନ କରିବାକୁ ଇଛା ପ୍ରକାଶ କରୁଥିବା ନିଲାମ ଧାରୀଙ୍କୁ ଏହି କଲ୍ୟାଣ ମଣ୍ଡପର ପରିଚାଳନା ଦାୟୀତ୍ୱ ଦିଆଯିବ ବୋଲି ଉପଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ସଭାପତି ଓ ଦେବୋତ୍ତର ପରିଚାଳନା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ