ସାନ୍ତାଳ ବିଦ୍ରୋହ୧୬୫ତମ କ୍ରାନ୍ତି ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ବୀର ସହୀଦ ସିଦ୍ଦୁ କାନ୍ହୁ ମୁର୍ମୁର ଜନ୍ମ ତତ୍କାଳୀନ ବିହାର ଓ ବର୍ତ୍ତମାନ ଝାଡ଼ଖଣ୍ଡର ରାଜ୍ୟର ସାନ୍ତାଳପରଗାନା ସାହେଵଗ°ଜ ଜିଲ୍ଲାର ଭୋଗନାଡିହ ନାମକ ଗ୍ରାମରେ ଏକ ଆଦିବାସୀ ସାନ୍ତାଳ ପରିବାରରେ ହୋଇ ଥିଲା, ସିଦ୍ଦୁ ମୁର୍ମୁର ଜନ୍ମ-୧୮୧୫ ଓ କାନ୍ହୁ ମୁର୍ମୁର ଜନ୍ମ:-୧୮୨୦ ବର୍ଷରେ ହୋଇଥିଲା। ତତ୍କାଳୀନ ସାନ୍ତାଳ ବିଦ୍ରୋହ ରେ ଦୁଇ ଭାଇ ସିଦ୍ଦୁ କାନ୍ହୁ ସହିତ ସକ୍ରିୟ ଭୁମିକାରେ ଦୁଇ ଭାଈ ଯାହାଙ୍କର ନାମ ଚାନ୍ଦୋ ମୁର୍ମୁ ଓ ଭୈରବ ମୁର୍ମୁ ରହିଥିଲାଚାନ୍ଦୋ ମୁର୍ମୁର ଜନ୍ମ:-୧୮୨୫ ଓ ଭୈରବ ମୁର୍ମୁର :-୧୮୩୫ ବର୍ଷରେ ଜନ୍ମଗ୍ରହଣ କରିଥିଲେ। ଏତଦ୍ ବ୍ୟତୀତ ତାଙ୍କରି ଦୁଇ ଵହୁଣି ଫୁଲୋ ମୁର୍ମୁ ଓ ଝାନୋ ମୁର୍ମୁ ମଧ୍ୟ ବିଦ୍ରୋହ ରେ ସକ୍ରିୟ ଭୁମିକା ଗ୍ରହଣ କରିଥିଲେ।। ଏହି ଛ:ଅଗୋଟୀ ସନ୍ତାନ ର ବାପାଙ୍କର ନାମ ଚୁନୀ ମାଝୀ ଥିଲା ସିଦ୍ଦୁ-କାନ୍ହୁ ୧୮୫୫-୫୬ ମସିହାରେ ଇ°ଗ୍ରେଜୀ ସରକାର ସାହୁକାର ଵ୍ୟପାରୀ ଓ ଜମିଦାରୀ ମାନଙ୍କର ଆତ୍ୟାଚାର ବିରୁଦ୍ଧରେ ଏକ ଆଦିବାସୀ ସାନ୍ତାଳ ମାନଙ୍କୁ ଏକତ୍ରିତ କରି ସାନ୍ତାଳ ବିଦ୍ରୋହ/ହୁଲ ଆନ୍ଦୋଳନ ର ପ୍ରାରମ୍ଭ କରିଥିଲେ ଯାହାକୁ ଇତିହାସ ରେ ସାନ୍ତାଳ ବିଦ୍ରୋହର ଆଖ୍ୟା ବା ନାମକରଣ କରାଯାଇଥିଲା ତାଙ୍କର ନାରା ଥିଲା :- କର ବା ମର, ଈ°ଗ୍ରେଜୋ ହମାରୀ ମାଟି ଛାଡ଼ ବୀର ସିଦ୍ଦୁ ଦୈବୀ ଶକ୍ତିର ଆହ୍ବାନ କରି ସମସ୍ତ ଗ୍ରାମର ମାଝୀଙ୍କ ସରଗି ଗଛର ଡାଳ ଦେଇ ଏହି ବିଦ୍ରୋହରେ ସାମିଲ ହେବା ପାଇଁ ଆହ୍ବାନ ଦେଇଥିଲେ !୩୦ଜୁନ-୧୮୫୫ ମସିହାରେ ଭୋଗନାଡିହ ଠାରେ ଆଦିବାସୀ ସାନ୍ତାଳ ମାନଙ୍କର ଏକ ସାଧାରଣ ଜନସଭା କରାଯାଇଥିଲା ଯେଉଁଥିରେ ପାଖାପାଖି:-୪୦୦/-,ଗ୍ରାମର ପାଖାପାଖି #୫୦,୦୦୦/- ଲୋକଙ୍କର ଜନସମାଗମ ହୋଇଥିଲା ଏହି ସାଧାରଣ ସଭାରେ ବୀର ସିଦ୍ଦୁ ମୁର୍ମୁ କୁ ରାଜା, କାନ୍ହୁ ମୁର୍ମୁକୁ ମନ୍ତ୍ରୀ,ଓ ଚାନ୍ଦୋ ମୁର୍ମୁ କୁ ମନ୍ତ୍ରୀ ତଥା ଭୈରବ ମୁର୍ମୁ କୁ ସେନାପତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ