ସାନ ଭାଈର ବାଉଁଶ ମାଡରେ ବଡ଼ ଭାଇ ଗୁରୁତର

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଘଟିଛି ଏକ ଅଘଟଣ ଗତ କାଲି ରାତିରେ ବଡ଼ ଭାଇ ନିଜ ପୁଅ ଓ ଭଉଣୀଙ୍କ ସହ ଵିଲରୁ ଫେରିବା ବେଳେ ବାଇକରେ ସାନ ଭାଇ ଓ ତାଙ୍କ ସହଯୋଗୀ ରାସ୍ତାରେ ଛପି ରହି ବଡ଼ ଭାଇ ହରିଦଳାଇ (୩୫) କୁ ଏକ ବାଉଁଶ ବାଡ଼ିରେ ମୁଣ୍ଡକୁ ମାରିଥିଲେ | ଯାହା ଫଳରେ ରକ୍ତାକ୍ତ ଅବସ୍ତାରେ ତଳେ ପଡି ଯାଇଥିଲେ ଭଉଣୀ ନିଶା ଦଳାଇ | ସାନ ଭାଇ ଜଟିଆ ଦଳାଇକୁ ନେହୁରା ହେବାରୁ ମଧ୍ୟ ନଶୁଣି ବଡ଼ ଭାଇକୁ ନିଜ ସହଯୋଗୀଙ୍କ ସହ ମିଶି ଗୋଡ ଓ ମୁଣ୍ଡକୁ ମାରି ରକ୍ତାକ୍ତ କରି ଚାରି ବର୍ଷର ପୁତୁରାକୁ ମଧ୍ୟ ଟେକି ଫୋପାଡ଼ି ଦେଇଥିଲେ| ଯାହା ଫଳରେ ପୁତୁରାର ମୁହଁ ଓ ଗୋଡରେ ଆଘାତ ଲାଗିଛି | ଶେଷରେ ବାଇକକୁ ଛଡାଇ ନେଇ ଚାଲି ଯାଇଛନ୍ତି | ସାନ ଭାଇ ,ଗ୍ରାମର ସମିତି ସଭ୍ୟ, ଗ୍ରାମ ବାସୀ ଘଟଣା ସ୍ଥଳେ ପହଞ୍ଚି ୧୦୮ ଆମ୍ବୁଲାନ୍ସକୁ ଡ଼ାକି ମେଡ଼ିକାଲ ପଠେଇବା ସହ ମୋହନା ଥାନା ଅଧିକାରୀଙ୍କୁ ଜଣାଇଥିଲେ | ଘଟଣା ସ୍ଥଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି | ଅନ୍ୟ ପଟେ ବଡ଼ ଭାଇର ଗୋଡଭାଙ୍ଗି ଯାଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ