ସାନ ଡ଼ୁମ୍ବୁଳାରେ ସ୍ୱତନ୍ତ୍ର ସତ୍ସଙ୍ଗ କାର୍ଯ୍ୟକ୍ରମ ପାଳିତ
ବ୍ରହ୍ମପୁର : ଦିଗପହଣ୍ଡି ବ୍ଳକସ୍ଥିତ ସାନ ଡ଼ୁମ୍ବୁଳା ଗ୍ରାମରେ ବୁଧବାର ଦିବ୍ୟ ଜୀବନ ସଂଘ ସାନ ଡ଼ୁମ୍ବୁଳା ସତ୍ସଙ୍ଗ କେନ୍ଦ୍ର ଦ୍ୱାରା ସତ୍ସଙ୍ଗର ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ରାମଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରିଥିଲେ ଓ ବାବୁ ପ୍ରଧାନ ସହଯୋଗ କରିଥିଲେ । ସାନ ଡ଼ୁମ୍ବୁଳା ସତ୍ସଙ୍ଗ କେନ୍ଦ୍ରର ଏ. ଟୁକୁନା ପାତ୍ରଙ୍କୁ ସହ ସମ୍ପାଦକ ସହ କୋଷାଧ୍ୟକ୍ଷ ଦାୟିତ୍ୱ ସର୍ବ ସମ୍ମତି କ୍ରମେ ସୁଚାରୁରୂପେ ସତ୍ସଙ୍ଗ କାର୍ଯ୍ୟକୁ ଆଗକୁ ନେବା ସହ ଶିବାନନ୍ଦ ବାଣୀ, ଚିଦାନନ୍ଦ ବାଣୀ, ପ୍ରସାର ପ୍ରଚାର ମାଧ୍ୟମରେ ସମ୍ବାଦ ସନ୍ଦେଶ ପହଞ୍ଚାଇବା ଦାୟିତ୍ୱ ଦିଆଯାଇଛି । ଯୁବ ପିଢ଼ିମାନଙ୍କୁ ନେଇ ଆଗାମୀ ଦିନରେ ସତ୍ସଙ୍ଗ ଆୟୋଜନ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ଦାୟିତ୍ୱ ନେଇଥିଲେ । କାର୍ଯ୍ୟକ୍ରମରେ ସ୍ୱାମୀଜୀମାନେ କହିଥିଲେ ଆପଣ ଯେତେ ଧନ ଅର୍ଜିଲେ ସୁଦ୍ଧା ଭଗବତ୍ ଧନ ଆତ୍ମ ସାକ୍ଷାକ୍ରାର ପାଇଁ ସହାୟକ ହୋଇଥାଏ । କିନ୍ତୁ ଅନ୍ୟ ଧନ ସମାଜରେ ବା ସଂସାରରେ ବଞ୍ଚିବା ପାଇଁ ସାହାଯ୍ୟ କରିଥାଏ ବୋଲି ସ୍ୱାମୀଜୀମାନେ କହିଥିଲେ । ଯେଉଁଭଳି ଶରୀର ରକ୍ଷା ପାଇଁ ଖାଦ୍ୟର ଆବଶ୍ୟକ ହୋଇଥାଏ, ଠିକ୍ ସେହିଭଳି ମୋକ୍ଷ ପ୍ରାପ୍ତି ପାଇଁ ସାଧନାର (ପ୍ରାର୍ଥନା) ଆବଶ୍ୟକ ହୋଇଥାଏ । କାର୍ଯ୍ୟକ୍ରମରେ ପ୍ରାୟ ୫୦ ରୁ ଉଦ୍ଧ୍ୱର୍ ଗୁରୁଭାଇ ଭଉଣୀମାନେ ଯୋଗଦାନ କରିଥିଲେ । ଶେଷରେ ଏ.ଟୁକୁନା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


