ସାପ କାମୁଡାରେ ମହିଳା ଗୁରୁତର 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ସାପ କାମୁଡାରେ ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ମହିଳା ଜଣକ ଗୀତା ବାଡତ୍ୟା ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଗୀତା ସୋମବାର ପୂର୍ବାହ୍ନରେ ନିଜ ଘର ଅଗଣାରେ କାମ କରୁଥିବା ସମୟରେ ଏକ ବିଶାକ୍ତ ସାପ ତାଙ୍କ ଗୋଡ କୁ ଦଂଶନ କରିଥିଲା । ଫଳରେ ସେ ଆହାତ ହୋଇ ତଳେ ପଡିଯାଇଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ