ସାପ କାମୁଡାରେ ମହିଳା ମୃତ
(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲାର ତାରା ସିଂ ଥାନା ଅନ୍ତର୍ଗତ ଝାଲିଆଗୋଛା ଗ୍ରାମର ଭରତ ଗୌଡ଼ ଙ୍କ ୫୫ବର୍ଷୟ ସ୍ତ୍ରୀ ପ୍ରମିଳା ଗୌଡ଼ଙ୍କୁ ନାଗ ସାପ କାମୁଡିବାରୁ ମୃତ୍ୟୁ ଘଟିଛି, । ଗତକାଲି ରାତିରେ ପ୍ରମିଳାଙ୍କ ବାରି ଘରେ ମାଟି କାନ୍ଥ ରେ ଏକ ମୂଷା ଗାତ ରେ ଥିଲା, ସାପ ଟି ମୂଷା କୁ ଖାଇବା ପାଇଁ ଗାତ ମଧ୍ୟ କୁ ପ୍ରବେଶ କରିଥିଲା ମାତ୍ର ମୂଷା ଟି ବାହାରି ପଳେଇଥିଲା । ଗାତ ଟି ଖୋଲା ଅଛି ବୋଲି ପ୍ରମିଳା ଦେଖି ତାକୁ ବନ୍ଦ କରିବା ପାଇଁ ନିଜର ଡାହାଣ ହାତରେ ଏକ ଇଟା ଖଣ୍ଡ ମାରିବା ବେଳେ ଗର୍ତ୍ତ ଭିତରେ ଥିବା ନାଗସାପ ତାଙ୍କୁ କାମୁଡି ଦେଇଥିଲା, କିଛି ସମୟରେ ତାଙ୍କ ଶରୀର ମଳିନ ପଡିଯାଇଥିଲା, ତୁରନ୍ତ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଆଣିବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।


