ସାପ କାମୁଡ଼ାରେ ମହିଳା ମୃତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ପୁଣି ଏକ ଦୁଃଖଦ ଘଟଣା ଘଟିଛି ତିରିଂ ବ୍ଲକର ପଣ୍ଡୁପାଣି ଗ୍ରାମରେ।ରାତିରେ ଶୋଇଥିବା ଅବସ୍ଥାରେ ଉକ୍ତ ଗ୍ରାମର ବିବାହିତା ମହିଳା ରାନୀମଣି ମୁର୍ମୁ(୩୨)ଙ୍କ ସାପ କାମୁଡ଼ାରେ ଅକାଳ ମୃତ୍ୟୁ ଘଟିଛି।ଖବର ପାଇ ମୟୁରଭଞ୍ଜ ଜିଲ୍ଳା ବିଜେଡ଼ି ସଦର ସଭାପତି ଶ୍ରୀଯୁକ୍ତ କାଶୀନାଥ ହେମ୍ବ୍ରମ, ତିରିଂ ବ୍ଲକ ଅଧକ୍ଷା ଜେମାମଣି ଶୁଣ୍ଢି, ଯୁବନେତା ନାଏକେ ଶୁଣ୍ଢି, ତୁଶୀଲ ହେମ୍ବ୍ରମ, ଦୀପକ ମିଶ୍ର ପ୍ରମୁଖ ମୃତକାଙ୍କ ସ୍ଵାମୀ ଚାନ୍ଦୁଲାଲ ମୁର୍ମୁ, ଦୁଇ ପୁଅ ସଞ୍ଜୟ ମୁର୍ମୁ, ବିଜୟ ମୁର୍ମୁ ଓ ଝିଅ ସୁନିତା ମୁର୍ମୁଙ୍କୁ ଭେଟି ସମବେଦନା ଜଣାଇବା ସହ ସରକାରୀ ସହାୟତା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।ଗତ କାଲି ଜଣେ ଯୁବକ ଓ ଯୁବତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିଲା।ଏ ବର୍ଷର ରଜ ତିରିଂ ଅଞ୍ଚଳ ପାଇଁ ଅଶୁଭ ଓ ଦୁଖଃ ଦାୟକ ଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରଭୁ ଜଗନ୍ନାଥ ସମସ୍ତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ପଣ୍ଡୁପାଣି ଗ୍ରାମରେ ସାପ କାମୁଡାରେ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ମୟୂରଭଂଜ ସଦର ବିଜେଡି ସଭାପତି ଓ ତିରିଂ ବ୍ଲକ ଅଧ୍ୟକ୍ଷା ଭେଟି ସମବେଦନା ଜଣାଇଲେ ।