ସାବଧାନ, ‘ଜୁମ୍‍ ଆପ୍‍’ ସୁରକ୍ଷିତ ନୁହେଁ

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂ ପାଇଁ ବ୍ୟବହାର କରାଯାଉଥିବା ଆପ ‘ଜୁମ’ ସୁରକ୍ଷିତ ନୁହେଁ ବୋଲି ଭାରତ ସରକାର ସତର୍କ କରାଇଛନ୍ତି । ଗୋପନୀୟତା ଓ ସୁରକ୍ଷା ଦୃଷ୍ଟି କୋଣରୁ ଏହି ଆପ ସୁରକ୍ଷିତ ହୋଇନଥିବାରୁ ଏହାକୁ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ବୈଠକ ଲାଗି ବ୍ୟବହାର କରାଯାଇପାରିବ ନାହିଁ । ସରକାରଙ୍କ ନୋଡାଲ ସାଇବର ସୁରକ୍ଷା ଏଜେନ୍ସି ସିଇଆଇଟି-ଇଣ୍ଡିଆ ଜାରି କରିଥିବା ସତର୍କ ସୂଚନାରେ କହିଛି ଯେ ‘ଜୁମ’ ଆପ ସୁରକ୍ଷିତ ନୁହେଁ । ଭିଡିଓ କନଫରେନ୍ସିଂର ମଝିରେ ହ୍ୟାକସମାନେ ଭିଡିଓ କଲକୁ ହ୍ୟାକ କରିବା ସହିତ ପାସୱାର୍ଡକୁ ଚୋରି କରି ନେଉଛନ୍ତି । ହ୍ୟାକର୍ସମାନଙ୍କର ଏହି କାର୍ଯ୍ୟ ଅନେକ ସମୟରେ ଧରା ପଡ଼ିଥିବା ସିଇଆଇଟି କହିଛି । ଜୁମ ଆପ ଅସୁରକ୍ଷିତ ଥିବା ନେଇ ସିଇଆରଟି ଇଣ୍ଡିଆ ଫେବୃୟାରୀ ୬ ଓ ମାର୍ଚ୍ଚ ୩୦ ରେ ସୂଚନା ଦେବା ସହିତ ଆବଶ୍ୟକତ ସତର୍କ ସୂଚନା ଦେବା ସହିତ ଆବଶ୍ୟକ ସତର୍କ ସୂଚନା ଜାରି କରିଥିଲା । ଯେଉଁ ସବୁ ଘରୋଇ ସଂସ୍ଥା ଏହି ଆପ ବ୍ୟବହାର କରୁଛନ୍ତି ସେମାନଙ୍କୁ ଆବଶ୍ୟକ ଗାଇଡଲାଇନ ଅନୁସରଣ କରିବାକୁ କୁହାଯାଇଛି । ଗ୍ରାଣ୍ଟ ଦ୍ୱାରା ଅନଧିକୃତ ବ୍ୟକ୍ତି ବିଶେଷଙ୍କର ଭାଗନେବାକୁ ରୋକା ଯାଇପାରିବ । ଏଥିପାଇଁ ଜୁମ୍‍ ୟୁଜର୍ସମାନେ ଲଗଇନ କରିବା ସମୟରେ ସେଟିଙ୍ଗରେ ପରିବର୍ତ୍ତନ କରିବାକୁ ପଡ଼ିବ । ସିଇଆରଟି କହିଛି ଯେ ପ୍ରତ୍ୟେକ ବୈଠକ ସମୟରେ ଆଡମିନିଷ୍ଟ୍ରେଙ୍କୁ ବା ବୈଠକ ଆୟୋଜକଙ୍କୁ ଲକ ମିଟିଙ୍ଗ ଅପସନକୁ ସକ୍ରିୟ କରିବାକୁ ପଡ଼ିବ । ସେହିପରି ପ୍ରତ୍ୟେକ ବୈଠକ ପାସୱାର୍ଡ ଓ ଆଇଡି ପରବର୍ତ୍ତନ କରିବାକୁ କୁହାଯାଇଛି । ଜୁମ ଆପ ମାଧ୍ୟମରେ ଭିଡିଓ କନଫରେନ୍ସିଂ ଭଳିସୁବିଧା ଉପଲବ୍ଧ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ