ଏପ୍ରିଲ୍‌ ୨୦ରୁ ପୁନର୍ବାର ଟୋଲ୍‌ ଗେଟ୍‌ରେ ଆଦାୟ ହେବ ଦେୟ

ନୂଆଦିଲ୍ଲୀ : ପୁନର୍ବାର ଟୋଲ୍‌ ଗେଟ୍‌ ମାନଙ୍କରେ ଆଦାୟ ହେବ ଦେୟ । ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ସମସ୍ତ ଟୋଲ୍‌ ଗେଟ୍‌ ଗୁଡିକୁ ଦେୟମୁକ୍ତ କରାଯାଇଥିଲା । ମାତ୍ର ଶନିବାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିୟମରେ ପରିବର୍ତ୍ତନ ନେଇ ଘୋଷଣା କରାଯାଇଛି । ନୂତନ ନିୟମ ଅନୁଯାୟୀ ଆସନ୍ତା ଏପ୍ରିଲ୍ ୨୦ ତାରିଖରୁ ବିଭିନ୍ନ ଟୋଲରେ ଦେୟ ଆଦାୟ କରାଯିବ । ମାର୍ଚ୍ଚ ୨୫ ତାରିଖରୁ ଟୋଲ୍‌ ଆଦାୟ ବନ୍ଦ ରଖାଯାଇଥିବା ବେଳେ ରାଜସ୍ବ ହାସଲ ଲକ୍ଷ୍ୟରେ ପୁନର୍ବାର ଟୋଲ୍‌ ଆଦାୟର ନିଷ୍ପତ୍ତି ନିଆଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ୬ ଦିନ ପରେ ଟୋଲ୍‌ ଗେଟ୍‌ ଉପରୁ କଟକଣା ହଟାଇବାର ନିଷ୍ପତ୍ତି ନିଆଯାଇଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରିଯାନ ଚାଳକଙ୍କ ପକ୍ଷରୁ ବିରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ