ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଭାଗର ପାଠ୍ୟଚକ୍ର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ରାଜନୀତି ବିଭାଗ ସାବିତ୍ରୀ ମହିଳା ମହାବଦ୍ୟାଳୟରେ ଏକ ପାଠ୍ୟଚକ୍ର ଆୟୋଜନ କରାଯାଇଥିଲା। ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ମଲ୍ଲିକ ସଭାରେ ଅଧ୍ୟକ୍ଷତା କରିଥିଲେ। ପlଠଚକ୍ରର ବିଷୟବସ୍ତୁ ଥିଲା ସୁ ଶାସନ କ୍ଷେତ୍ରରେ ସୂଚନା ଅଧିକାର ଆଇନି ର ଭୂମିକା। ପ୍ରଦୀପ ପ୍ରଧାନ ,ପୂର୍ବତନ ଜାତୀୟ ମାନବାଧିକାର ପରାମର୍ଶଦାତା ଓ ସୂଚନା ଅଧିକାର କର୍ମୀ ମୁଖ୍ୟ ଅତିଥି ଓ ବକ୍ତା ରୂପେ ଯୋଗଦେଇଥିଲେ। ପାଠଚକ୍ର ଟିକୁ ସୁଶ୍ରୀ ପ୍ରୀତି ପ୍ରଜ୍ଞା ସ୍ୱାଇଁ ପାଠ କରିଥିଲେ। ମୁଖ୍ୟ ବକ୍ତା ଶୁ ଶାସନ ପ୍ରତିଷ୍ଠା କ୍ଷେତ୍ରରେ ସୂଚନା ଅଧିକାର ନିୟମର ବିଭିନ୍ନ ଉପୋଜୋଗିତ ବିଷୟରେ କହିଥିଲେ। ଅଧ୍ୟକ୍ଷ ଡ. ମଲ୍ଲିକ ତାଙ୍କ ପି ଏଚଡି ସମୟରେ କରିଥିବା ରିସର୍ଚ ବିଷୟରେ ଉଦାହରଣ ଦେଇ କିପରି ସୂଚନା ଅଧିକାର ଆଇନ ଜଣେ ସାଧାରଣ ଲୋକଙ୍କ ହାତରେ ଅସାଧାରଣ କ୍ଷମତା ଆଣି ସରକାରୀ କାମରେ ସ୍ୱଚ୍ଛତା ଅଣେ ସେ ବିଷୟରେ କହିଥିଲେ। ବିଭାଗୀୟ ମୁଖ୍ୟ ସଂଯୁକ୍ତl ପଟ୍ଟନାୟକ ଅତିଥି ସ୍ବାଗତ ସମ୍ବର୍ଦ୍ଧନା କରିଥିବା ବେଳେ ପ୍ରେମଚାନ୍ଦ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅଧ୍ୟାପିକା ରୀଙ୍କି ଡାକୁଆ, ସନ୍ଧ୍ୟାରଣି ପ୍ରଧାନ, ପୁଷ୍ପ ପଟ୍ଟନାୟକ ,ପୀୟୂଷ ସ୍ୱାଇଁ, ଉର୍ମିଳା ପତାଯୋଷି, ବିରଞ୍ଚି ଆଚାର୍ଯ୍ୟ ଓ ଛାତ୍ରୀ ମାନେ ଆଦି ଉପସ୍ଥିତ ଥିଲେ । ପ୍ରଥମ ସେଶନରେ ପଥଚକ୍ର ଓ ଦୂତୀୟ ସେସଂରେ ବିଦାୟ ଛାତ୍ରୀ ମାନଙ୍କୁ ଅଧକ୍ଷ ଓ ବିଭାଗର ଶିକ୍ଷକ ସିକ୍ଷିକl ଛାତ୍ରୀମାନଙ୍କୁ ଜୀବନରେ ସତ୍ୟ ନ୍ୟାୟ ଓ ନିଷ୍ଠା ର ସହ ପାଠ ସହ କାମ କରିବା ପାଇଁ ଉପଦେଶ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ