ସାମାନ୍ୟ ବଚସାରୁ ମାଡ ମାରିବା ଘଟଣା, ଦୋଷୀ ସାବ୍ୟସ୍ତ ହେଲେ ଦୁଇ ଅଭିଯୁକ୍ତ!!

ଛତ୍ରପୁର ସବଡିଭିଜନାଲ୍ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସନ୍ତୋଷ କୁମାର ପାଣିଗ୍ରାହୀ, ବୁଧବାର ଦିନ ଜେ. ଲକ୍ଷ୍ମଣ ପାତ୍ର ଓ କେ. ସନ୍ତୋଷ ରାଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଗେଦଲପଲ୍ଲୀଗ୍ରାମ, ଛତ୍ରପୁର ଥାନାର ପି. ଜଗନ୍ନାଥ ପାତ୍ର ଓ ବି. ପୁରୁଷୋତ୍ତମ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜ୍ଝ ପ୍ରକାଶ ଯେ, ଗତ ତା ୧୪-୦୪-୨୦୧୬ରିଖ ଦିନ ୪ଟା ସମୟରେ ଏତଲାକାରିଣୀ ଜେ. ଲକ୍ଷ୍ମୀ ପାତ୍ର, ତାଙ୍କ ସ୍ୱାମୀ ଜେ. ଲକ୍ଷ୍ମଣ ପାତ୍ର ଓ ଏତଲାକାରିଣୀଙ୍କ ଭାଇ କେ. ସନ୍ତୋଷ ପାତ୍ର ଛତ୍ରପୁର ବଜାରରୁ ସଉଦା କିଣି ଘରକୁ ଫେରିବା ବାଟରେ ଚିକଲଖଣ୍ଡି ଗ୍ରାମର ସରକାରୀ ମଦ ଦୋକାନରୁ ବିୟର କିଣିବା ପାଇଁ ଜେ. ଲକ୍ଷ୍ମଣ ପାତ୍ର ଗଲେ । ସେତିକିବେଳେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଅଭିଯୁକ୍ତଦ୍ବୟ ତାଙ୍କୁ ବିୟର ମାଗିବାରୁ ଜେ. ଲକ୍ଷ୍ମଣ ପାତ୍ର ତାହା ୧୩୦ଟଙ୍କା ପଡିବ ବୋଲି କହିଲେ। ଅଭିଯୁକ୍ତଦ୍ବୟ ଏହା ୧୨୦ ଟଙ୍କା ପଡିବ କହି କଥା କଟାକଟି କରିଥିଲେ। ପାଟିତୁଣ୍ଡ ଜୋର ଧରିବାରୁ ଜେ. ଲକ୍ଷ୍ମଣ ପାତ୍ର ଓ ତାଙ୍କ ପରିବାର ଗାଡ଼ିରେ ସେ ଜାଗାରୁ ପଳେଇଲେ କିନ୍ତୁ ଅଭିଯୁକ୍ତ ମାନେ ସେମାନଙ୍କୁ ପିଛା କରି ଗେଦଲପଲ୍ଲୀ ଛକରେ ସେମାନଙ୍କୁ ଅଟକାଇ ଅଭଦ୍ର ଭାଷାରେ ଗାଳି ଗୁଲଜ କଲେ ଓ ଜେ. ଲକ୍ଷ୍ମଣ ପାତ୍ରଙ୍କ ମୁଣ୍ଡକୁ ବାଡ଼ିରେ ବାଡେଇଲେ। ମୁଣ୍ଡରୁ ରକ୍ତ ବାହାରିବା ଦେଖି କେ. ସନ୍ତୋଷ ରାଓ ବିରୋଧ କରିବାକୁ ଆସି ନିଜେ ମଧ୍ୟ ତାଙ୍କ ରୋଷରୁ ବର୍ତ୍ତିପାରିନଥିଲେ ଓ ଆହତ ହୋଇ ଛତ୍ରପୁର ମେଡିକାଲରେ ଚିକିତ୍ସିତ ହେଇଥିଲେ। ତେଣୁ ଏହି ସଙ୍କ୍ରାନ୍ତରେ ଏତାଲାକାରିଣୀ ଜେ. ଲକ୍ଷ୍ମୀ ପାତ୍ର ଥାନାରେ ପହଞ୍ଚି ଗତ ୧୫-୦୪-୨୦୧୬ ରିଖ ଦିନ ଏତଲା ଦେଇଥିଲେ , ଜ୍କସ୍ ନମ୍ବର୍ ୬୩/୨୦୧୬ରେ ମାମଲା ରୁଜୁ କରି ଛତ୍ରପୁର ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଥିଲେ। ବିଭିନ୍ନ ସାକ୍ଷ୍ୟ ପ୍ରମାଣକୁ ବିଚାର କରି ବିଚାରପତି ଆଜି ତା ୧୫-୦୫-୨୦୧୯ ଦିନ, ଅଭିଯୁକ୍ତଦ୍ବୟଙ୍କୁ ସେକ୍ସନ ୩ ପ୍ରୋବେସନ ଅଫ ଅଫେଣ୍ଡରସ ଆକ୍ଟରେ ଭର୍ତ୍ସନା କରି ଚେତାବନି ଦେଇ ଘଟଣାର ପୁନରାବୃତ୍ତି ନ କରିବାକୁ କହିଛନ୍ତି ଜ୍ଝ ସରକାରଙ୍କ ପକ୍ଷରୁ କ୍ୟାଡର୍ ଏପିପି ରାଜେଶ୍ କୁମାର୍ ମିଶ୍ର, ଏପିପି କୃଷ୍ଣଚନ୍ଦ୍ର ବେହେରା ଓ ଏପିପି ସୌରୀ ପ୍ରସାଦ ବେହେରା ଏହି ମାମଲା ପରିଚାଳନା କରିଥିଲେ ଜ୍ଝ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ