ସାମାନ୍ୟ ବୃଦ୍ଧିରେ ବନ୍ଦ ହେଲା ସେନ୍ସେକ୍ସ

ମୁମ୍ବାଇ, (ଏଜେନ୍ସି): ଶେୟାର ବଜାର କାରବାରରେ ବୃଦ୍ଧିର ସ୍ଥିତି ଗୁରୁବାର ମଧ୍ୟ ଜାରି ରହିଛି । ଏହା ସପ୍ତାହର ଚତୁର୍ଥ ଦିନରେ ସୁଦୃଢ଼ ହୋଇ ବନ୍ଦ ହୋଇଛି । ଆଜିର କାରବାର ଶେଷ ସୁଦ୍ଧା ବିଏସ୍ଇର ୩୧ ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ୨.୭୨ ପଏଣ୍ଟ ତଥା ୦.୦୧% ସାମାନ୍ୟ ସୁଦୃଢ଼ ହୋଇ ୩୭,୭୫୪. ୮୯ ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ ଏନ୍ଏସ୍ଇର ୫୦ ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ନିଫ୍ଟି ୧.୫୫ ପଏଣ୍ଟ ତଥା ୦.୦୧% ବୃଦ୍ଧିରେ ୧୧,୩୪୩.୨୫ପଏଣ୍ଟରେ ବନ୍ଦ ହୋଇଛି । ପୁରା ଦିନର କାରବାରରେ ସେନ୍ସେକ୍ସ ୩୭,୯୦୭.୭୮ପଏଣ୍ଟର ଉପରସ୍ତରକୁ ଯାଇ ୩୭,୬୯୩.୬୯ ପଏଣ୍ଟର ନିମ୍ନତମ ସ୍ତରକୁ ଛୁଇଁଛି । ସେହିପରି ନିଫ୍ଟି ୧୧,୩୮୩.୪୫ ପଏଣ୍ଟରେ କାରବାର କରିଥିବା ବେଳେ ୧୧,୩୧୩.୭୫ପଏଣ୍ଟର ନିମ୍ନତମ ସ୍ତରକୁ ଛୁଇଁଛି । ବଜାର ପାଇଁ ଗ୍ଲେବାଲ ସଙ୍କେତ ମିଶ୍ରିତ ରହିଥିଲା । ଏସିଆନ୍ ବଜାରରେ ଆଜିର କାରବାରରେ ଦୁର୍ବଳତା ଦେଖିବାକୁ ମିଳିଥିଲା । ତେବେ ପ୍ରତିଷ୍ଠିତ ମିଡ଼୍କ୍ୟାପ୍ ଓ ସ୍ମଲକ୍ୟାପ୍ ଇଣ୍ଡେକ୍ସରେ କାରବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ