ସାମୁଦ୍ରିକ ଝଡ ଅମ୍ଫାନ ପାରାଦ୍ୱୀପରେ ପହଁଚିଲେ ଏନଡିଆରଏଫ୍ ଟିମ୍
ପାରାଦ୍ୱୀପ (ପୀତବାସ ପ୍ରଧାନ) : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ଅମ୍ଫାନ ଏବେ ସ୍ଥଳଭାଗ ମୁହାଁ ହେଉଛି । ଏହା ପଶ୍ଚିମବଙ୍ଗ ଓ ବାଲାଂଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି । ପାରାଦ୍ୱୀପ ଠାରୁ ପ୍ରାୟ ୯୫୦ କିଲୋମିଟର ଦୂରରେ ଥିବା ବାତ୍ୟା ଅମ୍ଫାନ ଭୀଷଣ ବାତ୍ୟାର ରୂପନେବ । ଏହାପରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ବାତ୍ୟା ଅମ୍ଫାନ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ପଶ୍ଚିମଗଙ୍ଗ ଓ ବାଂଲାଦେଶ ସୀମାନ୍ତ ସାଗରଦୀପ ଓ ହାତିୟା ମଧ୍ୟରେ ସ୍ଥଳଭାଗ ଛୁଇଁବ । ଅମ୍ଫା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୫୦ କିଲୋମିଟର ବା ଉର୍ଦ୍ଧ୍ୱ ହୋଇପାରେ । ୧୮ ତାରିଖରେ ଉତ୍ତର ଓଡିଶାରେ ମଧ୍ୟମ ଧରଣର ବର୍ଷା ବେହା ସହ ୧୯ ତାିରକରେ ବର୍ଷା ସହିତ ପବନ ବଢିବ ବୋଲି ସୂଚନା ମିଳିଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପାରାଦ୍ୱୀପରେ ଏନ୍ଡିଆରଏଫ୍ ର ୨୧ ଜଣିଆ ଟିମ୍ ପହଞ୍ôଚସାରିଛନ୍ତି । ରବିବାର ରାତିରେ ଓଡ୍ରାଫ୍ ଟିମ୍ ପହଞ୍ôଚବାର ସୂଚନା ମିଳିଛି । ବସ୍ତି ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରହିବା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ନିରାପଦ ସ୍ଥାନରେ ରହିବାକୁ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଦେବା ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତ କରିସାସିରିଛି । ପାରାଦ୍ୱୀପ ବନ୍ଦର ମଧ୍ୟ ଜାହାଜ ଚଳାଚଳ କୁ ନିୟନ୍ତ୍ରଣ କରିବା ପାଇଁ ଚୂଡାନ୍ତ ପ୍ରସ୍ତୁତି କରିସାରିଛି ।


