ସାମ୍ବାଦିକଙ୍କୁ ସାଇଡମାରି କନେଷ୍ଟବଳ ୬ଘଂଟା ଥାନାରେ ଅଟକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜନୈକ ସାମ୍ବାଦିକଙ୍କୁ ସାଇଡମାରି ଟାଉନ ଥାନାରେ ଜନୈକ କନେଷ୍ଟବଳ ୬ଘଂଟା ଥାନାରେ ଅଟକ ଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଶନିବାର ସନ୍ଧ୍ୟାରେ ସହରର ମହିପାଳ ଠାରେ ସାମ୍ବାଦିକ ପ୍ରଦୀପ ସାହୁଙ୍କୁ ବାଇକରେ ସାଇଡମାରିବା ସହିତ ଗାଳିଗୁଲଜ କରିଥିବା ଅଭିଯୋଗରେ ମାର୍ଶାଘାଇ ଥାନାର କନେଷ୍ଟବଳ ଅଜୟ ସାହୁ ଟାଉନ ଥାନାରେ ୬ଘଂଟା ଅଟକ ରହିଥିବା ଘଟଣା ଜଣାପଡିଛି । ସାମ୍ବାଦିକ ପ୍ରଦିପଙ୍କ ଅଭିଯୋଗ ଉପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯିବା ପରେ ଛାଡି ଦିଆଯାଇଥିବା ସୂଚନା ମିଳିଛି ।


