ସାମ୍ବାଦିକଙ୍କ ପିତୃ ବିୟୋଗ 

ନିମାପଡା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା କାକଟପୁର ସେବକ ସାହିର ମା ମଙ୍ଗଳା ଙ୍କ ବରିଷ୍ଠ ସେବାୟତ ରଘୁନାଥ ଦୀକ୍ଷିତ (୮୬)ଙ୍କ କଟକ ସ୍ଥିତ ସରକାରୀ ଡାକ୍ତରଖାନା ରେ ପରଲୋକ ହୋଇଯାଇଛି । ମୃତ୍ୟୁ ଖବର ଜଣା ପଡ଼ିବା ପରେ ଶେଷ ଦର୍ଶନ ଲାଗି ତାଙ୍କ ବାସଭବନକୁ ଶୁଭେଛୁ ମାନଙ୍କର ସୁଅ ଛୁଟିଥିଲା । ସେ ଜଣେ ଶିକ୍ଷକ ଭାବେ ବେଶ ଜଣାଶୁଣା ଥିଲେ । ପ୍ରଥମେ ସେ ଅମୁଣିହାଁ ପାଟଣା ରେ ଚାକିରୀ ଜୀବନ ଆରମ୍ଭ କରି ଜଣେ କୃତୀ ଶିକ୍ଷକ ଭାବେ ବେଶ ନାମ କମାଇଥିଲେ ତାଙ୍କ ଶବାଧାରକୁ ଏକ ଶୋଭାଯାତ୍ରା ରେ ନିଆଯାଇ ନିଜ ଗାଁ ଶ୍ମଶାନ ରେ ଶେଷକୃତ୍ୟ ସମ୍ପର୍ଣ କରାଯାଇଥିଲା । ବଡ଼ ପୁତ୍ର ଆଶିଷ ମୁଖାଗ୍ନି ଦେଇ ଥିବାବେଳେ ସାନ ପୁଅ ମାନସ ଦୀକ୍ଷିତ, ବଡ଼ ଜ୍ବାଇଁ ଲିଙ୍ଗରାଜ ପଣ୍ଡା, ସାନ ଜ୍ଵାଇଁ ଦେବୀପ୍ରସାଦ ତ୍ରିପାଠୀ ଙ୍କ ସମେତ ସରପଞ୍ଚ ଅଭୟ କୁମାର ସେଠି, ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ସୁଦର୍ଶନ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ କାକଟପୁର ପ୍ରେସ କ୍ଲବ ର ସଭାପତି କମଳ ଲୋଚନ ଦୀକ୍ଷିତ, ଦିଲ୍ଲୀପ ବରାଳ,ଶ୍ରୀଧର ବିଶୋଇ, ଭାଗବତ ସ୍ୱାଇଁ, ପ୍ରଦୀପପଣ୍ଡା, ସଞ୍ଜୟ ସାମଲ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁ ରେ ସମଗ୍ର କାକଟପୁର ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ