ସାମ୍ବାଦିକ କମଲ ମହାନ୍ତଙ୍କ ଦେହାନ୍ତରେ ଶୋକର ଛାୟା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ସାମ୍ବାଦିକ କମଲ ଲୋଚନ ମହାନ୍ତ(୪୮)ଙ୍କ ମଙ୍ଗଳବାର ସକାଳ ୬ଟା ପାଖାପାଖି ସମୟରେ ବାରିପଦାସ୍ଥ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି ।ସେ ଦିର୍ଘବର୍ଷ ହେଲା ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ।ସେ ମଧ୍ଯ ରାଇରଙ୍ଗପୁର ମ୍ଯୁନିସିପାଲଟିର ବିଜୁ ଯୁବବାହିନୀ ସଂଯୋଜକ ଥିଲେ ।ସେ ଜଣେ ମେଳାପି,ସ୍ପଷ୍ଟବାଦୀ,ପରୋପକାରୀ, ଅମାୟିକ ବ୍ଯକ୍ତି ଥିଲେ ।ତାଙ୍କ ମୃତ୍ଯୁରେ ବହଳଦା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ କଂଗ୍ରେସ ବିଧାୟକ ଶ୍ଯାମ ଚରଣ ହାଁସଦା, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ରମ, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର ,ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଇରଙ୍ଗପୁର ପୌର ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।ସାମ୍ବାଦିକ ପ୍ରଭାସ ଦାସ,ମଧୁସୂଦନ ଦାସ,ଶଙ୍କର ମହାନ୍ତ ପ୍ରମୁଖ ତାଙ୍କ ବାସ ଭବନକୁ ଯାଇ ଶୋକସନ୍ତପ୍ତ ପରିବାର୍ଗଙ୍କୁ ସାନ୍ତ୍ବନା ଦେଇଛନ୍ତି ।ତାଙ୍କ ମୃତ୍ଯୁରେ ବାମନଘାଟୀ ସାମ୍ବାଦିକ ବଂଧୁମାନେ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ଭଗବାନ ସଦଗତି ଦିଅନ୍ତୁ ।ନୂତନ ସାମ୍ବାଦିକ କଲ୍ଯାଣ ଯୋଜନା ରାଜ୍ଯ ସରକାର ପ୍ରଣୟନ କରିଥିବାରୁ ତାଙ୍କୁ ତୁରନ୍ତ ମୃତ୍ଯୁକାଳୀନ ୪ଲକ୍ଷ ଟଙ୍କା ସହାୟତା ରାଶି ଦିଆ ଯିବାପାଇଁ ସାମ୍ବାଦିକ ଭାଇମାନେ ସରକାରଙ୍କ ଠାରେ ଦାବି କରିଛନ୍ତି ।