ନାଟ୍ୟାକାର ଅନ୍ନଦା ଶଙ୍କର ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ର ଗର୍ବ ଓ ଗୌରବ ପ୍ରଖ୍ୟାତ ନାଟ୍ୟାକର ଅନ୍ନଦା ଶଙ୍କର ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ବାରିପଦାର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ସାହିତ୍ୟ ସଂସ୍କୃତି ମଂଚ ତରଫରୁ ଅନୁଷ୍ଠିତ ହୋଇଯାଇଛି ।ମଞ୍ଚର ସଭାପତି ଡ଼ଃ ସରୋଜ କୁମାର ନାୟକ,ଉପଦେଷ୍ଟା ଯୁବ କବି ଅମିତାଭ ମିଶ୍ର, ସଭ୍ୟ ଡଃ ଶଶିଧର ବିଶ୍ବାଳ,ଶିକ୍ଷାବିତ ଅମୂଲ୍ୟ କୁମ୍ଭକାର,, ସଭ୍ୟ ହିମାଂଶୁ କୁମାର ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ବର୍ଗତ ଆନନ୍ଦ ଶଙ୍କର ଦାସଙ୍କ ଜୀବନାଦର୍ଶ ତାଙ୍କ ଲିଖିତ ବିଭିନ୍ନ ନାଟକ ,ତଥା ତାଙ୍କର କାର୍ୟ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ ।ପ୍ରାରମ୍ଭରେ ଅମର ଆତ୍ମାକୁ ସମ୍ମାନ ପୂର୍ବକ ତାଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ।ସ୍ବର୍ଗତ ଅନ୍ନଦା ଶଙ୍କର ଦାସଙ୍କ ସୃଷ୍ଟି ସମୂହ ଆଜିର ଓଡ଼ିଆ ନାଟ୍ୟ ଜଗତ ପାଇଁ ପ୍ରେରଣ ଉତ୍ସ ହୋଇ ରହିବ ବୋଲି ମତ ପ୍ରକାଶ ପାଇଥିଲା ।


