ସାମ୍ସଙ୍ଗ୍ ଇଣ୍ଡିଆ ପକ୍ଷରୁ ଗ୍ୟାଲେକ୍ସି ଏ-୧୦, ଏ-୩୦ ଏବଂ ଏ-୫୦ ସ୍ମାର୍ଟଫୋନ ବିକ୍ରିରେ ନୂଆ ରେକର୍ଡ କଲା
ଅଗ୍ରଣୀ ଇଲୋକ୍ଟ୍ରନିକ୍ସ୍ କମ୍ପାନି ସାମ୍ସଙ୍ଗ୍ ପକ୍ଷରୁ ନେକ୍ସଟ୍ ଜେନେରେସନ୍ ନୂତନ ଗ୍ୟାଲେକ୍ସ୍ ସିରିଜ୍ର ଏ-୧୦, ଏ- ୩୦ ଏବଂ- ଏ-୫୦ ବିକ୍ରିରେ ନୂଆ ରେକର୍ଡ କରିବାକୁ ସକ୍ଷମ ହୋଇଛି । ଏହା ପେବୃୟାରୀ ୨୮ଠାରୁ ବଜାରରେ ଉପଲବ୍ଧ ହେଉଛି । ଗତ ୨ ମାସ ମଧ୍ୟରେ ଏହି ସିରିଜର ସ୍ମାର୍ଟଫୋନ୍ ଏକ ନିୟୁତରୁ ଅଧିକ ବିକ୍ରି ହୋଇଛି ।
ଏହି ଅବସରରେ ସାମସଙ୍ଗ୍ ଇଣ୍ଡିଆ ଚିଫ୍ ମାର୍କେର୍ଟିଙ୍ଗ୍ ଅଫିସର ତଥା ଏସଭିପି ରଞ୍ଜିଭୀତ୍ ସିଂ କହିଲେ, “ ୨୦୧୯ରେ ଆମେ ଗ୍ୟାଲେକ୍ସି ଏ ସିରିଜ ବିକ୍ରିରେ ୫୪ ବିଲିୟନ୍ ଟଙ୍କାର କାରବାର କରିଛୁ । ଏହା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ମାତ୍ର ୪୦ ଦିନରେ ସମ୍ପନ୍ନ ହୋଇପାରିଛି । ଆମେ ଗ୍ୟାଲେକ୍ସି ଏ-୧୦ ,ଏ-୩୦ ଏବଂ ଏ-୫୦ର ୨ ନିୟୁତରୁ ଅଧିକ ଫୋନ୍ ବିକ୍ରି କରିଛୁ । ଆମେ ୫୦୦ ନିୟୁତ ଡଲାରର କାରବାର କରିବାକୁ ସକ୍ଷମ ହୋଇଛୁ । ଆମର ନୂଆ ଉତ୍ପାଦ ଗ୍ୟାଲେକ୍ସି ଆଡଭାଇସ୍ ମଧ୍ୟ ଭାରତୀୟ ଗ୍ରାହକଙ୍କୁ ବଶେ୍ ପସନ୍ଦ ଆସିବ ବୋଲି ଆମର ଆଶା ଓ ବିଶ୍ୱାସ ରହିଛି ।
ଆସନ୍ତା ସପ୍ତାରେ ଭାରତରେ ଗ୍ୟାଲେକ୍ସି ଏ-୭୦ର ବଜାର ପ୍ରବେଶ ସମ୍ପନ୍ନ ହେବ । ସମ୍ପ୍ରତି ଭାରତରେ ଗ୍ୟାଲେକ୍ସି ଏ-୮୦ର ବଜାର ପ୍ରବେଶ ହୋଇପାରିଛି । ଏହା ଗତ ସପ୍ତାହରେ ବ୍ୟାଙ୍କକରେ ବଜାର ପ୍ରବେଶ କରାଯାଇଥିଲା । ଏହା ପୂର୍ବରୁ ଆମେ ଗ୍ୟାଲେକ୍ସି ଏ-୨୦ର ବଜାର ପ୍ରବେଶ କରାଯାଇଥିଲା ।”
ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ହ୍ୟାାଣ୍ଡ୍ସେଟ୍ଗୁଡିକ ଗ୍ରାହକଙ୍କୁ ଅନନ୍ୟ ଅଭିଜ୍ଞତା ଦେବା ସହିତ ଦୈନଦିନ ଜୀବନଶୈଳୀରେ ଆବଶ୍ୟକ ହେଉଥିବା ବିଭିନ୍ନ ଉପାଦନକୁ ପୂରଣ କରିବାକୁ ସକ୍ଷମ ହେବ ।
ବଜାର ପ୍ରବେଶ ହେବାକୁଥିବା ଗ୍ୟାଲେକ୍ସି ଏ-୭୦ ସ୍ମାର୍ଟଫୋନ୍ରେ ୬.୭ ଇଂଚ ଏଚଡି ପ୍ଲସ୍ ସ୍କ୍ରିନ୍, ଇନଫିନିଟି-ୟୁ ଡିସପ୍ଲେ, ୨୦:୯ ଡିସ୍ପ୍ଲେ ରେସିଓ ଆଦି ବୈଶିଷ୍ଟ୍ୟ ରହିଛି ।