ସାମ୍ସଙ୍ଗ୍ ଗ୍ୟାଲେକ୍ସି ଏ-୧୦, ଏ-୩୦ ଏବଂ ଏ-୫୦ ସ୍ମାର୍ଟଫୋନ୍ ବିକ୍ରିରେ ରେକର୍ଡ
ନୂଆଦିଲ୍ଲୀ, (ଏଜେନ୍ସି): ଅଗ୍ରଣୀ ଇଲୋକ୍ଟ୍ରନିକ୍ସ୍ କମ୍ପାନୀ ସାମ୍ସଙ୍ଗ୍ ପକ୍ଷରୁ ନେକ୍ସଟ୍ ଜେନେରେସନ୍ ନୂଆ ଗ୍ୟାଲେକ୍ସ୍ ସିରିଜ୍ ଏ-୧୦, ଏ-୩୦ ଏବଂ ଏ-୫୦ ବିକ୍ରିରେ ନୂଆ ରେକର୍ଡ ହାସଲ । ପେବୃୟାରୀ ୨୮ରୁ ଏହା ବଜାରରେ ଉପଲବ୍ଧ ହେଉଛି । ଗତ ୨ ମାସ ମଧ୍ୟରେ ଏହି ସିରିଜ୍ର ସ୍ମାର୍ଟଫୋନ୍ ଏକ ନିୟୁତରୁ ଅଧିକ ବିକ୍ରି ହୋଇଛି । ଏହି ଅବସରରେ ସାମସଙ୍ଗ୍ ଇଣ୍ଡିଆ ଚିଫ୍ ମାର୍କେଟିଂ ଅଫିସ୍ର ତଥା ଏସ୍ଭିପି ରିଭୀତ୍ ସିଂ କହିଛନ୍ତି ଯେ ୨୦୧୯ରେ ଗ୍ୟାଲେକ୍ସି ଏ ସିରିଜ୍ ବିକ୍ରିରେ ୫୪ ବିଲିୟନ୍ ଟଙ୍କାର କାରବାର କରାଯାଇଛି । ଏହା ମାର୍ଚ୍ଚ ୧ ପର୍ଯ୍ୟନ୍ତ ୪୦ ଦିନରେ ସମ୍ପନ୍ନ ହୋଇଛି । ଆମେ ଗ୍ୟାଲେକ୍ସି ଏ-୧୦, ଏ-୩୦ ଏବଂ ଏ-୫୦ର ୨ ନିୟୁତରୁ ଅଧିକ ଫୋନ୍ ବିକ୍ରି ହୋଇଛି । ୫୦୦ ନିୟୁତ ଡଲାରର କାରବାର କରିବାକୁ ସକ୍ଷମ ହୋଇଛୁ । ଆସନ୍ତା ସପ୍ତାହରେ ଭାରତରେ ଗ୍ୟାଲେକ୍ସି ଏ-୭୦ର ବଜାର ପ୍ରବେଶ ସମ୍ପନ୍ନ ହେବ । ସମ୍ପ୍ରତି ଭାରତରେ ଗ୍ୟାଲେକ୍ସି ଏ-୮୦ର ବଜାର ପ୍ରବେଶ ହୋଇଛି । ବଜାର ପ୍ରବେଶ ହେବାକୁ ଥିବା ଗ୍ୟାଲେକ୍ସି ଏ-୭୦ ସ୍ମାର୍ଟଫୋନ୍ରେ ୬.୭ ଇଞ୍ଚ ଏଚ୍ଡ଼ି ପ୍ଲସ୍ ସ୍କ୍ରିନ୍, ଇନ୍ଫିନିଟି-ୟୁ ଡିସ୍ପ୍ଲେ ଓ ୨୦:୯ ଡିସ୍ପ୍ଲେ ରେସିଓ ଆଦି ବୈଶିଷ୍ଟ୍ୟ ରହିଛି ।
ଆଇଡିବିଆଇ ପକ୍ଷରୁ ୱେବ୍ ଓ ମୋବାଇଲ୍ ଭିତିକ ଡିଜିଟାଲ୍ ଇଣ୍ଟରଫେସ୍ ଉନ୍ମୋଚିତ
ନୂଆଦିଲ୍ଲୀ, (ଏଜେନ୍ସି): ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସଞ୍ଚୟ ବ୍ୟାଙ୍କ ଜମା ଖାତା ଖୋଲିବା ପାଇଁ ଏକ ମୋବାଇଲ୍ ଏବଂ ୱେବ୍ ଭିତିକ ଇଣ୍ଟରଫେସ୍କୁ ଉନ୍ମୋଚନ କରାଯାଇଛି । ଏହା ଦ୍ୱାରା ଗ୍ରାହକ ସେମାନଙ୍କ ଆଧାର ଇ-କେୱାଇସି/କ୍ୟୁଆର୍ କୋଡ୍ ବ୍ୟବସ୍ଥାର ବ୍ୟବହାର କରି ଅନୁକୂଳ ଇଣ୍ଟରଫେସ୍ରେ ସେମାନଙ୍କ ଖାତା ଖୋଲିପାରିବେ ଏବଂ ଆକ୍ଟିଭେଟ୍ ମଧ୍ୟ କରିପାରିବେ । ଏହି ଇଣ୍ଟରଫେସ୍ର ଲାଭ ହେଉଛି, ଯେ ଏଥିରେ କାଗଜପତ୍ର କାମ କରିବାକୁ ପଡ଼ିବନି ଏବଂ କିଛି ମିନିଟ୍ରେ ହିଁ ଆକାଉଣ୍ଟ ଖୋଲିଯିବ । ଏହା ଗ୍ରାହକଙ୍କୁ ଉନ୍ନତ ଅନ୍-ବୋର୍ଡିଂ ଅନୁଭୂତି ମଧ୍ୟ ପ୍ରଦାନ କରିବ । ସେହିପରି ଆକାଉଣ୍ଟ ଖୋଲିବା ନିମନ୍ତେ ଟର୍ଣ୍ଣ ଆରାଉଣ୍ଡ ସମୟ ବହୁତ କମିଯିବ । ତେବେ ଗ୍ରାହକଙ୍କୁ କାଉଣ୍ଟର୍ରେ ହିଁ ଚେକ୍ ବୁକ୍ ଏବଂ ଡେବିଟ୍ କାର୍ଡ଼ ମିଳିଯିବ ।