ସାରଳା ପବ୍ଲିକସ୍କୁଲ ର ବାର୍ଷିକ କ୍ରୀଡାଉତ୍ସବ

ତିର୍ତୋଲ, (ଅଭିଷେକ ତ୍ରିପାଠୀ):ବାଣୀକ୍ଷେତ୍ର ଝଙ୍କଡ଼ସାରଳାପୀଠ କନକପୁର ବସନ୍ତବଗିଚା ସ୍ଥିତ ସାରଳାପବ୍ଲିକସ୍କୁଲ ର ବାର୍ଷିକ କ୍ରୀଡାଉତ୍ସବ ଗତ ବୁଧବାର ଦିନ ଉଦଯାପିତ ହୋଇଯାଇଛି ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ତିର୍ତୋଲବ୍ଲକ ଚେୟାରମ୍ୟାନ ମନୋଜକୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସାରଳାମାଟିର ପିଲାମାନେ ଭଲ ପାଠପଢିବା ସଙ୍ଗେସଙ୍ଗେ ଜଣେ ଜଣେ ଭଲ ଖେଳାଳି ଭାବରେ ମଧ୍ୟ ଦେଶବିଦେଶ ରେ ସୁନାମ ଓ ସୁଖ୍ୟାତି ଅର୍ଜନ କରିବାପାଇଁ ଆହ୍ୱାନ ଦେଇଥିଲେ ପ୍ରଧାନଶିକ୍ଷକ ବରଦାପ୍ରସାଦ ମହାନ୍ତି ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ଉଦଯାପନୀଉତ୍ସବ ରେ ସମ୍ମାନିତଅତିଥି ଭାବେ ଜିଲ୍ଲାପରିଷଦ ସୁନୀଲକୁମାର ବେହେରା ଯୁବନେତା ସୁବ୍ରତ ଦାଶ ସମାଜସେବୀ ଅଶୋକକୁମାର ମହାନ୍ତି ଜନକଲ୍ୟାଣସେବା ସମବାୟ ସମିତି ର ସଭାପତି ଅଜୟକୁମାର ରାଉଳ ଯୁବନେତା ଅରୁଣ ମହାପାତ୍ର ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ କ୍ରୀଡାପ୍ରତିଯୋଗିତା ଓ ନୃତ୍ୟସଂଗୀତ ପ୍ରତିଯୋଗିତା ରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସିଲ ଟ୍ରଫି ଓ ସାଟିଫିକେଟ ପ୍ରଦାନ କରିଥିଲେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ସ୍କୁଲର ଶିକ୍ଷୟତ୍ରୀ ବନଜାରାଣୀ ସିଂହ, ପ୍ରଣିତା ମହାନ୍ତି, କଳ୍ପନାରାଣୀ ଜେନା, ଲିଜାଖୁଣ୍ଟିଆ, ମନ୍ଦାକିନୀ ସିଂହ, ଜୟଶ୍ରୀ ସାହୁ, ଜ୍ୟୋତିର୍ମୟୀ ସାହୁ, ସୁସ୍କାନବେଗମ, ସବନମ ଖାତୁନ ଙ୍କ ସହିତ ଆୟା ରଞ୍ଜିତାଦାସ ଓ ଲକ୍ଷ୍ମୀ କୁଅଁର ପ୍ରମୁଖ ସକ୍ରିୟ କରିଥିବାର ଦେଖିବାକୁ ମିଳିଥିଲା ବିଶେଷକରି ଶିଶୁକଳାକାର ସାଇପ୍ରୀତମ ସାହୁ ଙ୍କର ଚିତାକର୍ଷକ ନୃତ୍ୟବିଚିତ୍ରା ଉପସ୍ଥିତ ଅବିଭାବକ ଓ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ତେବେ ଦୀର୍ଘ ତିନି ଦଶନ୍ଧି ରୁ ଉର୍ଦ୍ଧ ଏହି ସାରଳା ପବ୍ଲିକ ସ୍କୁଲ ର ନବୀକରଣ ନିମନ୍ତେ ଆଞ୍ଚଳିକଅଧିବାସୀ ଓ ବଦାନ୍ୟମାନ ବ୍ୟକ୍ତିବିଶେଷ ସହାୟତା ର ହାତବଢାଇବା ପାଇଁ ପ୍ରଧାନଶିକ୍ଷକ ବରଦାପ୍ରସାଦ ମହାନ୍ତି ନିବେଦନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ