ସାରସ୍ୱତ ପ୍ରତିଭାଧାରୀ ଡଃ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ପାଇଁ ଦୀର୍ଘ ୪୫ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ସ୍ୱନକ୍ଷତ୍ର ଉତ୍ସବ ବୁଧବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ବାଗ୍ମୀ ପ୍ରଦ୍ୟୁମ୍ନ ପ୍ରଣାମ ଉତ୍ସବ ଭାବେ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସ୍ୱାମୀଜୀ ମହାରାଜ ପ୍ରଦ୍ୟୁମ୍ନ ବାବୁଙ୍କୁ ଆର୍ଶୀବାଦ କରି କହିଲେ ଯେ, ପ୍ରଦ୍ୟୁମ୍ନ ବାବୁ ଏକ ବିସ୍ମୟ ପ୍ରତିଭା । ଛାତ୍ର ଜୀବନରୁ ଓଡ଼ିଶା ଏବଂ ଓଡ଼ିଆଙ୍କ ପାଇଁ ତାଙ୍କର ସଂଗ୍ରାମ ଜାରି ରହିଛି । ଏହିଭଳି ଜଣେ ବ୍ୟକ୍ତିଙ୍କ ଜୀବନଦର୍ଶନକୁ ଆଜିର ଯୁବପିଢି ଅନୁକରଣ କରିବା ଉଚିତ୍ । ବିଶିଷ୍ଟ ଅତିଥି ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ପ୍ରଦ୍ୟୁମ୍ନ ବାବୁ ଏକ ଅନନ୍ୟ ପ୍ରତିଭା । ୧୯୮୪ ମସିହାରେ ମୋର ପ୍ରଥମ ସାକ୍ଷାତ ଦିନଠାରୁ ତାଙ୍କ ବାଗ୍ମୀତାରେ ମୁଁ କେବଳ ମୁଗ୍ଧ ହୋଇନଥିଲି, ତାଙ୍କର ଓଡ଼ିଆ ପ୍ରାଣକୁ ମୁଁ ଭଲ ପାଇଥିଲି । ମାଟିକୁ ଭଲ ପାଉଥିବା ୫ଟି ପ୍ରଦ୍ୟୁମ୍ନ ଯଦି ଓଡ଼ିଶାରେ ବାହାରିବେ, ଓଡ଼ିଶାର ରାଜନୈତିକ, ସାଂସ୍କୃତିକ, ସାମାଜିକ ମାନଚିତ୍ର ବଦଳିଯିବ । ସେ କେବଳ ଭାଷଣ ଦେଇ ଜନତାଙ୍କୁ ପ୍ରଭାବିତ କରନ୍ତି ନାହିଁ, କାର୍ଯ୍ୟ କରି ଦେଖାଇ ଦେଇଥାନ୍ତି ।ଉଦ୍‌ଘାଟକ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ବାଲ୍ୟକାଳରୁ ସେ ଠାକୁର ଅଭିରାମ ପରମହଂସଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ବିଭୁକୃପା, ସନ୍ଥକୃପା, ଗୁରୁକୃପା, ପିତୃମାତୃକୃପା ତାଙ୍କ ଜୀବନରେ ପ୍ରତିଫଳିତ ହୋଇଛି । ସତ୍ୟ ପାଇଁ ତାଙ୍କର ସଂଘର୍ଷକୁ ଓଡ଼ିଆ ଜାତି ଭୁଲିପାରିବ ନାହିଁ । ସରକାରଙ୍କ ଭଲ କାମକୁ ପ୍ରଶଂସା କରିବା ବେଳେ ଭୁଲ କାର୍ଯ୍ୟକୁ କଠୋର ଭାବେ ସମାଲୋଚନା କରିଥାନ୍ତି । ବରିଷ୍ଠ ବିଜେପି ନେତା ଶ୍ରୀ ଗୋଲକ ଚନ୍ଦ୍ର ମହାପାତ୍ର ପ୍ରଦ୍ୟୁମ୍ନ ଶତପଥୀଙ୍କ ସତ୍ୟବାଦୀତାର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଶତପଥୀ ସମସ୍ତ ଅତିଥିଙ୍କୁ କୃତଜ୍ଞତା ଜଣାଇବା ସହ ପରମାତ୍ମା ଓ ପିତାମାତାଙ୍କର ଅଶେଷ ଆଶୀର୍ବାଦ ଓ ଆପଣମାନଙ୍କର ଭଲ ପାଇବା ଯୋଗୁ ମୁଁ ଆଜି ଏହି ସ୍ଥାନରେ ପହଞ୍ôଚ ପାରିଛି ବୋଲି କହିବା ସହ ଓଡ଼ିଶାର ମାଟି ଓ ଓଡ଼ିଆ ଅସ୍ମିତା ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ଲଢିବାକୁ ମାନସିକ ଭାବେ ସଂକଳ୍ପ କରିଛି ବୋଲି କହିଥିଲେ ।କାର୍ଯ୍ୟକ୍ର୍ରମ ପ୍ରାରମ୍ଭରେ ଶ୍ରୀ ପ୍ରଫୁଲ୍ଲ ମହାରାଜ ଶ୍ରୀଗଣେଶ ବନ୍ଦନା ଗାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସ୍ୱାମୀ ବ୍ରହ୍ମାନନ୍ଦ ପ୍ରଫେସର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ଦ୍ୱିତୀୟ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନ ପ୍ରଦାନ କରିଥିଲେ ଓ ମୁଖ୍ୟବକ୍ତା ଭାବେ ଶ୍ରୀ ମଲ୍ଲିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଘର୍ଷମୟ ଜୀବନର ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ବ୍ରଜବନ୍ଧୁ ପଣ୍ଡା, ପୂର୍ବତନ ସିବିଆଇ ଜଜ ସଞ୍ଜୟ ପଣ୍ଡା, ଡଃ ମନୋଜ ଲେଙ୍କା, ଶ୍ରୀ ବଂଶୀଧର ସାହୁ ଫାଉଣ୍ଡେସନ ପକ୍ଷରୁ ମନୋଜ ସାହୁ, ଡିଏଭି ପବ୍ଲିକ ସ୍କୁଲ ଓ ସେଣ୍ଟ ଜାଭିୟର ସ୍କୁଲ ପକ୍ଷରୁ ଫୁଲତୋଡ଼ା ଓ ଉତ୍ତରୀୟ ଦିଆଯାଇ ପ୍ରଦ୍ୟୁମ୍ନ ବାବୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଡ଼ଭୋକେଟ ଶୀଳଭଦ୍ର ଶାସ୍ତ୍ରୀ, ଗାୟକ ନାରାୟଣ ଶୁକ୍ଲା, ଆହ୍ଲାଦ ସୁରେନ୍ଦ୍ର ଛୋଟରାୟ, ସୁମିତ୍ରା ପଣ୍ଡା, ସମାଜସେବୀ ବିଜୟ ପରିଡ଼ା, ସୁଖଧାମ ପକ୍ଷରୁ ଦେବଜାନୀ ରାୟ, ଲକ୍ଷ୍ମଣ ମଲ୍ଲିକ ଟ୍ରଷ୍ଟ ପକ୍ଷରୁ ରିତେଶ ମଲ୍ଲିକ, କଂଗ୍ରେସ ସେବାଦଳ ପକ୍ଷରୁ ମହମ୍ମଦ ସହାଦୁଲ୍ଲା, ମହତାବ ଏକାଡ଼େମୀ ପକ୍ଷରୁ ଇଞ୍ଜିନିୟର ବିବେକାନନ୍ଦ ପାତ୍ର, ପ୍ରଶାସକ ପ୍ରଦୀପ ବିଶ୍ୱାଳ, ଧରଣୀଧର ଜେନା ପ୍ରମୁଖ ଜନ୍ମଦିନର ଶୁଭେଚ୍ଛା ଜଣାଇ ଉତ୍ତରୀୟ ପ୍ରଦାନ କରିଥିଲେ । ସାମ୍ବାଦିକ ଶ୍ରୀ ଅରବିନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ସୀତାବଲ୍ଲଭ ମହାପାତ୍ର । ଶେଷରେ ସଂଯୋଜକ ବାପୁ ଓଝା ଛେନାପୋଡ଼ରେ ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ