ସାରସ୍ୱତ ସଂଘର ୩୮ତମ ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) : ଟାଉନ ସାରସ୍ୱତ ସଂଘର ୩୮ତମ ବାର୍ଷିକ ଉତ୍ସବ କୁରୁଡ଼ା ପଞ୍ଚାୟତସ୍ଥିତ ନିଗମାନନ୍ଦ ଆସନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମଦ ଶାନ୍ତି ଚୌତନ୍ୟ ମହାରାଜ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଅବତାରୀ ପୁରୁଷ ସଦଗୁରୁ ଠାକୁର ଶ୍ରୀ ନିଗମାନନ୍ଦଙ୍କ ଧରପୃଷ୍ଠକୁ ଆଗମନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସଂଘର ପ୍ରାକ୍ତନ ତତ୍ତ୍ୱାବଧାରକ ତଥା ସମିତିର ସର୍ବଭାରତୀୟ ସଭାପତି ନାରାୟଣ ଚନ୍ଦ୍ର ପାଲ ଓ ପ୍ରାକ୍ତନ ଉପ-ସଭାପତି ଗୋପାଳ ଚନ୍ଦ୍ର ରାଉତ ଏଥିରେ ଯୋଗଦେଇ ଠାକୁର ଶ୍ରୀ ନିଗମାନନ୍ଦଙ୍କ ଭାବଧାରା, ଗ୍ରାହସ୍ତ ଜୀବନ, ସଂଘଶକ୍ତି ପ୍ରତିଷ୍ଠା ଓ ଭାବ ବିନିମୟର ଧାରା ସମ୍ପର୍କରେ ଉପରେ ଆଲୋକପାତ କରିଥିଲେ ।ଶନିବାର ସଂଧ୍ୟାରୁ ସାରସ୍ୱତ ସଂଘର ବାର୍ଷିକ ଉତ୍ସବ ଅବସରରେ ଆରମ୍ଭ ହୋଇଥିବା ଆଧ୍ୟାତ୍ମିକ ସମାରୋହରେ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ ଜିଲା ସମେତ ସୁଦୂର ପଶ୍ଚିମବଙ୍ଗରୁ ୫ଶହରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଓ ସାଧୁ ସନ୍ୟାସୀ ଯୋଗ ଦେଇଥିଲେ । ଆଶିଷ କୁମାର ବାନାର୍ଜୀ, ମୃତ୍ୟୁଞ୍ଜୟ ସାହୁ, ଦୟାନିଧି ବେହେରା, ରବିନାରାୟଣ ଜେନା, ଚନ୍ଦ୍ର ଶେଖର ସ୍ୱାଇଁ, ଶଙ୍କରେଶ ବର୍ଦ୍ଧନ, ଦିଗମ୍ବର ପାତ୍ର, ଜୟକୃଷ୍ଣ ଜେନା, ଶିବନାରାୟଣ ଦାସ, ପୁରୁଷୋତ୍ତମ ବେହେରା, ସୁଭ୍ରାଂଶୁ କୁମାର ଘଡ଼େଇ, ବାସନ୍ତି ଘଡ଼େଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଶନିବାର ଓ ରବିବାର ଦୁଇଦିନି ଧରି ଭଜନ କୀର୍ତ୍ତନ ସାଙ୍ଗକୁ ଜୟଗୁରୁ ନାମଯଜ୍ଞ, ଆରତୀ, ପଜାର୍ଚ୍ଚନା ଆଦି ଅନୁଷ୍ଠିତ ହୋଇଥିଲା ।