ସାରସ୍ୱତ ସାଧକ ମାଧବାନନ୍ଦ ପଣ୍ଡାଙ୍କ ଶ୍ରାଦ୍ଧବାର୍ଷିକୀରେ ସ୍ମରଣୀକା ଉନ୍ମୋଚିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ବିଭାଗ ପ୍ରାଧ୍ୟାପକ ତଥା ବିଶିଷ୍ଟ ସାରସ୍ୱତ ସାଧକ ମାଧବାନନ୍ଦ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମରଣୀକା “ମାଧବ ମାଧୁରୀ” ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡା ନୟନବିହାରରେ ସ୍ମୃତି କମିଟି ଆନୁକୂଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଶାର ପ୍ରଖ୍ୟାତ କଥାକାର ଡଃ. ରାମଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସ୍ମରଣୀକାକୁ ଉନ୍ମୋଚିତ କରିଥିଲେ । ମାଧବାନନ୍ଦଙ୍କ ସହପାଠୀ ଏବଂ ସହକର୍ମୀ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ମୋହନ ଚରଣ ଜେନା, ଡଃ. ବିନାୟକ ଦାଶ, ଡଃ. କାମଦେବ ପତି, ଡଃ. ପ୍ରଦୀପ ଦାଶ, ଡଃ. ମୈାସୁମୀ କାନୁନଗୋ, ଜୀବନବୀମା ବିକାଶ ଅଧିକାରୀ ନିମାଇଁ ଚରଣ ନାୟକ, ନିରଞ୍ଜନ ମିଶ୍ର, କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ପ୍ରାକ୍ତନ ମୁଖ୍ୟ ନିର୍ବାହୀ ସୁଶିଲ ସାମଲ, ବାଲ୍ୟବନ୍ଧୁ ବିପିନ୍ନା ପ୍ରମୁଖ ଅଧ୍ୟାପକ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ଏହି ସଭାରେ ବିଶିଷ୍ଟ ସାହିତ୍ୟିକ ଶତ୍ରୁଘ୍ନ ପାଣ୍ଡବ, ଅକ୍ଷୟ ନାୟକ, ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବରାଳ, ପ୍ରାଧ୍ୟାପକ ଭୀମସେନ ବେହେରା, ଡଃ. କୈଳାସ ଚନ୍ଦ୍ର ଲେଙ୍କା, ପ୍ରାଧ୍ୟାପକ ଅମୁଲ୍ୟ କୁମାର ମଲ୍ଲ, ଡଃ. ପ୍ରମୋଦ କୁମାର ଦାସ, ମାନଗୋବିନ୍ଦ ଷଡଙ୍ଗୀ, ସ୍ୱୟଂପ୍ରକାଶ ଦାସ, ପରିବାର ଆତ୍ମୀୟସ୍ୱଜନ ଓ ନୟନବିହାରର ଅନ୍ତେବାସୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅଧ୍ୟାପକ ତପନ କୁମାର ପତି ସଭାକୁ ସଂଚାଳନ କରିଥିଲେ । କଳିଙ୍ଗକେଶରୀ ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସ୍ୱର୍ଗତ ପଣ୍ଡାଙ୍କ ସାନଭାଇ ଅଧ୍ୟାପକ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ