ସାର ର କୃତ୍ରିମ ଅଭାବ ଓ କଳା ବଜାରୀ ନେଇ ଚାଷୀ ମହଲରେ ଅସନ୍ତୋଷ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର କୃଷି ବିଭାଗ କାର୍ଯ୍ୟାଳୟ ଅଧିନସ୍ଥ ରାଇରଙ୍ଗପୁର,ବହଳଦା,ଜାମଦା,ତିରିଂ,ଝରାଡିହି, ବାଦାମ ପାହାଡ,ବିଶୋଇ,ବିଜାତଳା,ଗୋରୁ ମହିଷାଣୀ ହାଟବାଦଡା ବିଭିନ୍ନ ଅଞ୍ଚଳରେ ସାର ର କୁତ୍ରିମ ଅଭାବ ଦେଖାଦେଇଛି । ସୂଚନାଯୋଗ୍ୟ ଯେ ଆଶିନ୍ଯ ମାସ ଚାଲିଛି ବର୍ତ୍ତମାନ ଧାନ ଗଛରେ ୟୂରିଆ ସାର ଦରକାର । କିନ୍ତୁ କୃଷି ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଠିକ୍ ସମୟରେ ଏବଂ ଆବଶ୍ୟକତା ଅନୁଯାୟୀ ସାର ଓ କୀଟନାଶକ ଔଷଧ ଯୋଗାଇ ଦିଆଯାଉ ନାହିଁ । ଯାହା ଫଳରେ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି । କରୋନା ମହାମାରୀ ପାଇଁ ଚାଷୀ ଦିର୍ଘ ୭ମାସ ହେଲା ହାତ ଗୋଡ ବାନ୍ଧି ବସିଛନ୍ତି । ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ବିଚରା ଚାଷୀ ଋଣ ନେଇ ଚାଷ କରୁଛି । ହେଲେ ଚାଷ ସମୟରେ ସାର ନାହିଁ । ରାଇରଙ୍ଗପୁର ଜିଲ୍ଲା କୃଷି ଅଧିକାରୀ କିସୁନ୍ ମୁର୍ମୁ ଏବଂ ବହଳଦା ଅତିରିକ୍ତ କୃଷି ଅଧିକାରୀ ଭରତ ସିଂକୁ ଜଣାଇଲେ ମଧ୍ୟ କେହି ମୁଣ୍ଡ କାନ ହଲାଉ ନାହାନ୍ତି । ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବଜାରରେ ୟୃରିଆ ନାହିଁ ହେଲେ ଚାରିଆଡେ ସାର ଡିଲର ମାନେ ୨୭୦ ଟଙ୍କା ଜାଗାରେ ୫୪୦ ରୁ ୬୦୦ ଟଙ୍କା କଳାବଜାରୀ ଚାଲିଛି । କଳାବଜାରୀ ସାର ବେପାରୀ କହୁଛନ୍ତି ଆମେ ପଡୋଶୀ ଝାଡଖଣ୍ଡରୁ ଚଢା ଦରରେ ଆଣି ବିକୁଛୁ । କୃଷି ଅଧିକାରୀଙ୍କୁ ଜଣାଲେ ସେ କହୁଛନ୍ତି ସାର ଆସିଲେ ଆମେ ଦେବୁ । କିନ୍ତୁ କଳାବଜାରୀ ସାର ଦୋକାନ ଉପରେ ଚଢ଼ାଉ କରିବାକୁ ପଦକ୍ଷେପ ନେଉ ନାହାନ୍ତି । ଏଥିରୁ ଜଣା ପଡୁଛି କୃଷି ଅଧିକାରୀ ଏବଂ ସାର କଳା ବଜାରୀଙ୍କ ଭିତିରିଆ ସଂପର୍କ କେମିତି ? ଯାହାକୁ ନେଇ ଚାଷୀ ବଳି ପଡୁଛନ୍ତି । ନବିନ ସରକାର ଚାଷୀମାନଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ହେଲେ ତଳ ସ୍ତରର କର୍ମଚାରୀଙ୍କ ଦୁର୍ନୀତି ଗ୍ରହ ଚିନ୍ତାଧାରାକୁ ଚାଷୀ କୂଳରେ ବଂଶ ବୁଡି ଯାଉଛି । ଚାଷ ପ୍ରତି ଯୁବ ଗୋଷ୍ଠୀର ଆଗ୍ରହ କମି ଯାଉଛି । ଜିଲ୍ଲାପାଳ ମହୋଦୟ କୃଷି ବିଭାଗ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଏବଂ ସାର କଳାବଜାରୀଙ୍କ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀ ମହଲରେ ଦାବି ହେଉଛି ।