ସାଳନ୍ଦୀ ବିକାଶ ମଞ୍ଚ ବୌଠକ, ସାଳନ୍ଦୀ ନଦୀକୁ ପ୍ରଦ୍ୟୁଷଣ ମୁକ୍ତ କରିବା ଦିଗରେ ଗୁରୁତ୍ୱାରୋପ

ହାଟଡ଼ିହି, (ବିକାଶ ବିଶ୍ୱାଳ): ସାଳନ୍ଦୀ ନଦୀର ବିକାଶ ପାଇଁ ଗଠିତ ହୋଇଛି ସାଳନ୍ଦୀ ବିକାଶ ମଞ୍ଚ । ହଦଗଡ ଠାରୁ ଚାନ୍ଦବାଲି ପର୍ଯ୍ୟନ୍ତ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ସମାଜସେବୀ ଓ ବୁଦ୍ଧିଜିବୀମାନେ ଏହି ମଞ୍ଚରେ ସାମିଲ ହୋଇ ନଦୀର ପୁନରୁଦ୍ଧାର ଓ ପୟଦ୍ୟୁଷଣ ମୁକ୍ତ କରିବାକୁ ଆଗେଇ ଆସିଛନ୍ତି । ହଦଗଡ ଠାରେ ଶିକ୍ଷାବିତ ବୃନ୍ଦାବନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅବସରପ୍ରାପ୍ତ ପ୍ରଫେସର ତଥା ବିକାଶ ମଞ୍ଚର ସଭାପତି ବଳରାମ ମିଶ୍ର, ଅବସରପ୍ରାପ୍ତ ସୁଚନା ଲୋକସମ୍ପର୍କ ଅଧିକାରୀ ହରମୋହନ ଜେନା,ବୈଲୋଚନ ନାୟକ, ଅନ୍ତର୍ଯ୍ୟାମୀ ରାଉତ, ରବିନାରାୟଣ ରାଉତ, ସଞ୍ଜିବ କୁମାର ମହାନ୍ତି, ପ୍ରତାପ ପାଢ଼ୀ, ବୃନ୍ଦାବନ ପଟ୍ଟନାୟକ, ସୋମନାଥ ଦାସ,ଧରଣୀଧର ମହାନ୍ତି, ପଦ୍ମନାଭ ପାଣିଗ୍ରାହୀ, ମାୟାଧର କର, ନରହରି ପାତ୍ର, ପ୍ରଦୀପ କୁମାର ବେହେରା. ଶୁଭେନ୍ଦୁ ନାୟକ, ଉଦ୍ଧବ ଚନ୍ଦ୍ର ନାୟକ, ପ୍ରଶାନ୍ତ କୁମାର ନାଇକ, ରଘୁନାଥ ସାହୁ, ପ୍ରୀୟବ୍ରତ ନାୟକ, ବିଜୟ କୁମାର ସାମଲ, କାଙ୍ଗାଳି ଚରଣ ସେଠୀ, ଅମ୍ବିକା ପ୍ରସନ୍ନ ଦାସ, ଅଶୋକ କୁମାର ବିଶ୍ୱାଳ, ଶକୁନ୍ତଳା ଦାସ, ସୁଶାନ୍ତ ବେହେରା, ଶରତ କୁମାର ରାଉତ, ଚକ୍ରଧର ମଲ୍ଲିକ, ପ୍ରୀୟବ୍ରତ ନାୟକ, କାଳିପଦ ରାୟ, ସୁରେଶ କୁମାର ପଣ୍ଡା, ବାବୁଲି ଲେଙ୍କା, ନରେଶ ଚନ୍ଦ୍ର ମହାଳିକଙ୍କ ସମେତ ଅନେକ ସଦସ୍ୟ ଯୋଗଦେଇ ସାଳନ୍ଦୀ ନଦୀର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ନଦୀଟି କେନ୍ଦୁଝର ଓ ଭଦ୍ରକ ଜିଲ୍ଲାଦେଇ ଗତି କରିଥିବାବେଳେ ବର୍ତ୍ତମାନ ସମୟରେ ସାଳନ୍ଦୀ ନଦୀ ଅନେକ ସ୍ଥାନରେ ପୋତି ହୋଇ ନିଜର ସ୍ଥିତି ହରାଇବାକୁ ବସିଲାଣି । ନଦୀ ଏକ ଜାତୀୟ ସମ୍ପତ୍ତି ହୋଇଥିବାବେଳେ ଏହା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ । କିନ୍ତୁ ଏବେ ଯେଉଁଠି ବି ନଦୀ ଅଛି ତାର ଜଳ ବ୍ୟବହାର ଉପଯୋଗୀ ହୋଇପାରୁନି । ସାଧାରଣ ଲୋକଟିଏ ଗାଧୋଇବାକୁ ମଧ୍ୟ କୁଣ୍ଠାବୋଧ କରୁଛି । ନଦୀର ଜଳ ପ୍ରଦ୍ୟୁଷଣ ହୋଇଯିବାରୁ ଏହା ସାଧାରଣ ଲୋକଙ୍କ ପାଇଁ ବିପଦ ପାଲଟିଛି । ତେଣୁ ଏହାକୁ ପୁନଃଉଦ୍ଧାର କରିବା ସହିତ ଏହାକୁ ପ୍ରଦ୍ୟୁଷଣ ମୁକ୍ତ କରିବାକୁ ସମସ୍ତେ ସହଯୋଗ କରିବା ଉଚିତ ବୋଲି ବୈଠକରେ ଆହ୍ୱାନ ଦିଆଯାଇଥିଲା । ଏଥିପାଇଁ ସାଳନ୍ଦୀ ବିକାଶ ମଞ୍ଚ ପକ୍ଷରୁ ଆଗାମି ଦିନରେ ହଦଗଡ ଠାରୁ ଚାନ୍ଦବାଲି ପର୍ଯର୍ର୍୍ୟନ୍ତ ପଦଯାତ୍ରା କରିବାକୁ ଏହି ବୈଠକରେ ନିଷ୍ପତି ହୋଇଥିଲା । ନଦୀକୁଳେ କୁଳେ ଥିବା ଗ୍ରାମବାସୀ ମାନଙ୍କୁ ଏକଯୁଟ କରି ଲୋକମାନଙ୍କୁ ସଚେତନ କରାଇବା ସହ ଆଗାମି ଦିନରେ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ଦେବାକୁ ନିଷ୍ପତି ହୋଇଥିଲା । ଏହି ବୈଠକରେ ସାଳନ୍ଦୀ ବିକାଶ ମଞ୍ଚର ସମସ୍ତ କର୍ମକର୍ତ୍ତା ଓ ଆଞ୍ଚଳିକ କମିଟିର ସଦସ୍ୟ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ