ଯୁବ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଅସନ୍ତା ୩୧ତାରିଖ ରବିବାର ଭଦ୍ରକ ନେହେରୁ ଷ୍ଟାଡିୟମ ଠାରେ ହେବାକୁ ଥିବା ବିଜୁ ଯୁବ ଛାତ୍ର ଜନତା ଦଳର ସମାବେଶ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯୁବ ସଭାପତି ଲଳିତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ରାଜ୍ୟ ବିଜେଡି ସମ୍ପାଦକ ତଥା ବିଧାୟକ ଓ ସାଂସଦଙ୍କ ପ୍ରତନିଧି ପ୍ରୟାସକାନ୍ତି ସାମଲ ଯୋଗଦେଇ ସମାବେଶକୁ ସଫଳ କରିବା ପାଇଁ ଉପସ୍ଥିତ ଯୁବ ଓ ଛାତ୍ରକର୍ମୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ଉପସଭାପତି ପ୍ରଣିତକାନ୍ତି ସାମଲ, ଜିଲ୍ଲା ଛାତ୍ର ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ବିରଞ୍ଚି ନାରାୟଣ ରାଉତ, ଉତ୍କଳକେଶରୀ ମହାନ୍ତି, ସତ୍ୟାନନ୍ଦ ମହାପାତ୍ର, ତଥାଗତ ସାମଲ, ବିଷ୍ଣୁଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ସମାବେଶ ପାଇଁ ବିଭିନ୍ନ ମତ ରଖିଥିଲେ । ସେହିଭଳି ଯୁବ ଓ ଛାତ୍ରକର୍ମୀ ରବିନ୍ଦ୍ର ବେହେରା, ଦିଲ୍ଲିପ ପୃଷ୍ଟି, ପ୍ରତ୍ୟୁଷ ସାମଲ, ଲକ୍ଷ୍ମୀଧର ସାହୁ, ବସନ୍ତ କୁମାର ବେହେରା, ନାଗେଶ୍ୱର ବେହେରା, ପ୍ରିତଶରଞ୍ଜନ ନାୟକ, ରାଜେଶ ବାରିକ, ନିରଞ୍ଜନ କୁଅଁର, ତପନ ସ୍ୱାଇଁ, ରଞ୍ଜନ କୁମାର ଖଟୁଆ, ଅରୁଣ ରାଉତ, ସୁଦର୍ଶନ ରାଉତ, ଶୋଭନ କୁମାର ସାହୁ, ପର୍ଶୁରାମ ପଣ୍ଡା, ସନାତନ ଶଙ୍ଖୁଆ, ସୁରତ ଦାସ, ଗଜେନ୍ଦ୍ର ଦାସ ପ୍ରମୁଖ ଏଥିରେ ଉପସ୍ଥିତ ରହି ସମାବେଶ ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତର ଯୁବ ଓ ଛାତ୍ର ପ୍ରତିନିଧି ମାନେ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ