ସାହସିକତା ପାଇଁ ଟ୍ରାଫିକ୍ ଙ୍କୁ ପୁଲିସ୍ ସମ୍ମାନ

ଭୂବନେଶ୍ୱର-  ଚାରି ଜଣଙ୍କ ଜୀବନ ବଞ୍ଚାଇଥିବାରୁ ଟ୍ୱିନିସିଟି କମିସନନରେଟ୍ ପୁଲିସ୍ ବୁଧବାର ଟ୍ରାଫିକ୍ ହାବିଲଦାର ଲଲିତ ମୋହନ ରାଉତଙ୍କୁ ସମ୍ମାନିତ କରିଛନ୍ତି । କମିସନନରେଟ୍ ପୁଲିସ୍ କାର୍ଯ୍ୟାଳୟରେ ପୁଲିସ୍ କମିସନର ସୁଧାଂଶୁ ସଡଙ୍ଗୀ ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କ ଉପସ୍ଥିତିରେ ତାଙ୍କୁ ଏକ ମାନପତ୍ର ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୩ ତାରିଖ ରାତି ପ୍ରାୟ ୮.୩୦ ସମୟରେ କଟକର ଶିଖରପୁୁର ଛକରେ ଲଲିତ ମୋହନ ରାଉତ ଟ୍ରାଫିକ୍ ଡିୟୁଟି କରୁଥିଲେ । ସେହି ସମୟରେ ଜଗତ୍ପୁରରୁ ଓଏମ୍ପି ଆଡ଼େ ଆସୁଥିବା ଦୁଇଟି ବାଇକରେ ବସିଥିବା ୪ ଜଣ ଆରୋହୀଙ୍କ ଆଡ଼େ ଏକ ଟ୍ରକ୍ ମାଡ଼ି ଆସୁଥିଲା । ଆଉ ଟିକେକରେ ସେମାନେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥାନ୍ତେ । ମାତ୍ର ଲଲିତ ମୋହନ ତାଙ୍କର ସାହସିକତା ଦେଖାଇ ଟ୍ରାଫିକ୍ ପୋଷ୍ଟରୁ ଡେଇଁ ବାଇକରୁ ଆରୋହୀମାନଙ୍କୁ ଟାଣି ଆଣିଥିଲେ । ଡିୟୁଟି ସମୟରେ ଏପରି ସାହସିକତା ଦେଖାଇ ୪ ଜଣଙ୍କ ଜୀବନ ବଞ୍ଚାଇଥିବା କାରଣରୁ ତାଙ୍କୁ ସମ୍ମାନିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ