ସାହିତ୍ୟ ଓ କବିତା ସମାଜ କୁ ପ୍ରଭାଵିତ କରିଥାଏ

ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ୟୁନିଟ,୩ ଭୁବନେଶ୍ବର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ବିଶିଷ୍ଟ ସାହିତ୍ୟିକା ତଥା ସମାଜସେବୀ ସରୋଜିନୀ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ହାସ୍ଯବ୍ଯଙ୍ଗ କବି ଡକ୍ଟର କୁଳାଙ୍ଗାର ଯୋଗଦେଇ ତାଙ୍କ ବକ୍ତବ୍ଯରେ କବିତା ରେ ନୂତନ ରୂପକଳ୍ପ,ଚିତ୍ରକଳ୍ପ ଓ ଉପମା ବ୍ଯବହାର କରି କବି ପାଠକ ମନରେ ଏକ କାବ୍ୟ ଚେତନା ସୃଷ୍ଟିକରିବା
ପାଇଁ ପ୍ରୟାସ ଜାରି ରଖେ। କବିତାକୁ ଶବ୍ଦର ଭଣ୍ଡାର କହିଲେ ଅତ୍ଯୁକ୍ତି ହେବନାହିଁ। ଭାଷାଗତ ସୌନ୍ଦର୍ଯ୍ୟ ବିନା କବିତା କଳ୍ପନା କରିଯାଇପାରେନା ବୋଲି ମତବ୍ଯକ୍ତ କରିଥିଲେ। ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ତାଙ୍କ ବକ୍ତବ୍ଯରେ ଆମର ପୂର୍ବସୂରିମାନେ ସାହିତ୍ୟ ନିମନ୍ତେ ପ୍ରକୃତ ପୃଷ୍ଠଭୂମି ସୃଷ୍ଟି କରି ଯାଇଛନ୍ତି। ସାହିତ୍ୟ ଓ କବିତା ସମାଜ କୁ ପ୍ରଭାଵିତ କରିବା ସହ ବୈପ୍ଲବିକ ପରିବର୍ତ୍ତନ ଆଣିଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ.ବିଶିଷ୍ଟ କଣ୍ଠଶିଳ୍ପୀ ତଥା କବୟତ୍ରୀ ସୌଦାମିନୀ ସାମନ୍ତରାୟ ଓ କବୟତ୍ରୀ ସନ୍ଧ୍ୟା ରାଣୀ ପୃଷ୍ଟିଙ୍କ ସଂଯୋଜନା ରେ କବି ଶ୍ରୀକାନ୍ତ ମିଶ୍ର, ବିଜୟା ନନ୍ଦ ଦାସ ଓ ଗୋପାଳ ଚନ୍ଦ୍ର ମିଶ୍ର ସ୍ବରଚିତ ଶ୍ରୃତିମଧୁର କବିତା ପାଠ କରିଥିଲେ। ଉପ ସଭାପତି ନିଖିଳ କୁମାର ବଲବନ୍ତରାୟ ଆସର ପରିଚାଳନାରେ ସହଯୋଗ କରିଥିଲେ। ସର୍ବଶେଷରେ ବରିଷ୍ଠ କବି ତରୁଣ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ବୋଲି ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ