ସାହିତ୍ୟ ଘର ପକ୍ଷରୁ ରକ୍ଷା ବନ୍ଧନ ଏବଂ ନିଶା ନିବାରଣ ବ୍ରତ ପାଳନ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ସମ୍ବାଦ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସାରା ରାଜ୍ୟରେ ରକ୍ଷା ବନ୍ଧନ ଏବଂ ନିଶା ନିବାରଣ ବ୍ରତ ପାଳନ ହୋଇଥିବା ବେଳେ ବେଲଗୁଣ୍ଠା ସମ୍ବାଦ-ସାହିତ୍ୟ ଘର ଓ ଆମ ଓଡ଼ିଶା ପକ୍ଷରୁ ମଧ୍ୟ ଏହା ମହା ଆଡମ୍ବରରେ ପାଳିତ ହୋଇଯାଇଛି I ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ରଙ୍କ ଆବାହନ ତଥା ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ ପତିଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ବେଲଗୁଣ୍ଠା ବଡ଼ ଦାଣ୍ଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ସୁଶାନ୍ତ କୁମାର ବେହେରା,ଭଞ୍ଜନଗର ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶୂଳପାଣି ଶତପଥି, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି,ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ଗୋବରା ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଡ.ରତ୍ନ ସାଗର ମଳିକ,ସହସମ୍ପାଦକ ତଥା ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ, ଉପଦେଷ୍ଟା ବନମାଳୀ ଲେଙ୍କା, ଅଭିମନ୍ୟୁ ଲେଙ୍କା,ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ,ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ, ତୋଫାନ ସାହୁ, ଶିବରାମ ଚୌଧୂରୀ, ନାରାୟଣ ପଣ୍ଡା, ସାର୍ପ ଏଜୁକେସନ୍ ଅଧ୍ୟକ୍ଷ ସତ୍ୟ ସୁନ୍ଦର ସିଅ, ମିଡ଼ିଆ କ୍ଲବ୍ ସମ୍ପାଦକ ନବକିଶୋର ମହାରଣା,କୋଷାଧ୍ୟକ୍ଷ ସୂର୍ଯ୍ୟନାରାୟଣ ତ୍ରିପାଠି, ଶିଶୁମନ୍ଦିରର ଛାତ୍ରଛାତ୍ରୀ, ଗୁରୁମା ଗୁରୁଜୀ ଙ୍କ ସହ
ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠାର ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଚାରି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା,ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଭାଇ ଭଉଣୀ ଉପସ୍ଥିତ ରହି ଭଉଣୀ ମାନେ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିବା ସହିତ ନିଶା ନିବାରଣ ଶପଥପାଠ କରିଥିଲେ I ସମାଜସେବୀ ଶୂଳପାଣି ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ନିଶା ନିବାରଣ ନିମନ୍ତେ ଶପଥପାଠ କରାଇଥିଲେ I ଏହା ସହିତ ନିଶା ନିବାରଣ ସମ୍ପର୍କିତ ଏକ ଅଡ଼ିଓ ବାର୍ତ୍ତାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ବଜାଇ ଲୋକଙ୍କୁ ନିଶା ନିବାରଣ ନିମନ୍ତେ ସଚେତନ କରାଯାଇଥିଲା I କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ I ସମ୍ବାଦ ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ଙ୍କ ଏହି ପରି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ I କାର୍ଯ୍ୟକ୍ରମରେ 168 ଜଣ ପୁରୁଷ ଏବଂ 166 ଜଣ ମହିଳା ଅଂଶଗ୍ରହଣ କରିଥିଲେ Iଆଗାମୀ ଦିନରେ ସମସ୍ତ ସଂଗଠନର ସହଯୋଗରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନିଆଯାଇଥିଲା I