ସାହିତ୍ୟ ପତ୍ରିକା ‘ସୃଜନାକ୍ଷର’ର ଶରତ ସଂଖ୍ୟା ଉନ୍ମୋଚିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ମାଟିରୁ ପ୍ରକାଶ ପାଉଥିବା ଡିଜିଟାଲ ଓ ପାରମ୍ପରିକ ସାହିତ୍ୟ ପତ୍ରିକା \”ସୃଜନାକ୍ଷର’ର ଶରତ ସଂଖ୍ୟା ସ୍ଥାନୀୟ କୁରୁଡ଼ା ସ୍ଥିତ ସବୁଜସାଥୀ ଉଦ୍ୟାନରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ସ୍ତମ୍ଭକାର ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ବିଭାଗ ମୁଖ୍ୟ ଡ.ସନ୍ତୋଷ ନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଚଳମାନ ସମୟ ଖଣ୍ଡରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ବିମୁଖତା ପ୍ରକାଶ କରୁଥିବା ଯୁବପିଢି ମାନଙ୍କ ପାଇଁ ଏହିଭଳି ସାହିତ୍ୟ ପତ୍ରିକାର ଆବଶ୍ୟକତା ଅଛି ବୋଲି କହିଥିଲେ । ଏଇ ପତ୍ରିକାଟି ବାଣୀପୁତ୍ରମାନଙ୍କର କାଳଜୟୀ ହସ୍ତାକ୍ଷର ହୋଇପାରିବ,ଏଥିରେ ସନ୍ଦେହ ନାହିଁ ବୋଲି ନିଜ ବକ୍ତବ୍ୟରେ କହିଥିଲେ । କଥାକର ଉଦୟ ଦାସ ଓ କବି ଅଭୟ ଦାସ ଏଥିିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ \”ସୃଜନାକ୍ଷର\”ଭଳି ପତ୍ରିକା ଓଡ଼ିଆ ପତ୍ରିକା ଇତିହାସରେ ନିଶ୍ଚୟ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ମତ ରଖିଥିଲେ । ସେହିଭଳି କବୀ ସାବିତ୍ରୀ ଜେନା, କବି ରବୀନ୍ଦ୍ର ଜେନା, ପୂର୍ଣଚନ୍ଦ୍ର ପଣ୍ଡା ,ପ୍ରବୀର କମିଳା,ସୁଧାକର ସେଠୀ, କମଳିନୀ କାସ୍ତା, ଜଳଧର ପଣ୍ଡା, ବିଦ୍ୟାଧର ନାୟକ ପ୍ରମୁଖ ଏଥିରେ ଯୋଗଦେଇ ସୃଜନକ୍ଷରରେ ପ୍ରକାଶିତ ନିଜନିଜ ର କବିତା ପାଠ କରିଥିଲେ । ସମ୍ପାଦକ ଡ.ରାଧାରଂଜନ ପଟ୍ଟନାୟକ ଏମିତି ଏକ ଡିଜିଟାଲ ଏବଂ ପାରମ୍ପରିକ ପତ୍ରିକାର ପ୍ରକାଶ କରିବାର ନେପଥ୍ୟ ରେ ଥିବା ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଉପନିଷଦ ର ନିରାସକ୍ତ ପକ୍ଷୀଟିଏ ପରି ଭାବ ଭାବନା ର ରୂପକଳ୍ପ ହିଁ \”ସୃଜନାକ୍ଷର\” ବୋଲି ମତ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏହା ନିକଟ ଭବିଷ୍ୟତରେ ଏକ ଗବେଷଣାତ୍ମକ ପତ୍ରିକାର ରୂପାନ୍ତରିତ ହେବାର ଯୋଜନା ରହିଛି ବୋଲି ଆଶା ବ୍ୟକ୍ତ କରିଥିଲେ । ପତ୍ରିକାର ପରିଚାଳନା ସମ୍ପାଦକ ଡ.ବଂଶୀଧର ଚୌଧୁରୀ ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ କରିବା ସହ ସାମ୍ପ୍ରତିକ ସାହିତ୍ୟ ର ଗତି ପ୍ରକୃତି ସମ୍ପର୍କରେ ନିଜ ମତ ଉପସ୍ଥାପନ କରି ଆଜିର ସାହିତ୍ୟ କୁଟୁମ୍ବିନୀ ନୁହେଁ । ସେ ଉର୍ବଶୀ ପରି ନିତ୍ୟ ନୂତନା । ନାନା ରୂପରେ ପାଠକୀୟ ଚେତନା କୁ ଛୁଇଁ ଥାଏ ବୋଲି ସ୍ୱୀକାରୋକ୍ତି ବାଢିଥିଲେ । ସଭାପତିତ୍ୱ କରୁଥିବା ସ୍ତମ୍ଭକାର ସୁବାସ ଚନ୍ଦ୍ର ପାତ୍ର ବିଶ୍ୱ ସାହିତ୍ୟ ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟ ର ସ୍ଥିତି ସମ୍ପର୍କରେ ଏକ ତୁଳନାତ୍ମକ ତଥ୍ୟ ପ୍ରଦାନ କରିଥିଲେ । ପ୍ରସନ୍ନ କୁମାର ପାତ୍ର ପଠକାର୍ପଣ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ସହଯୋଗୀ ସମ୍ପାଦକ ଅଭିମନ୍ୟୁ କାନୁନଗୋ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ