ସାହିତ୍ୟ ସଂସଦର ଶାରଦୀୟ ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ଠାରେ ହିମସାରମନା ସାହିତ୍ୟ ସଂସଦ ପକ୍ଷରୁ ଶାରଦୀୟ ଵୈଠକ ସହିତ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସଂସଦ ସଭାପତି ହରେକୃଷ୍ଣ ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାହିତ୍ୟିକ ଅଶୋକ କୁମାର ନାୟକ, ସୁଦର୍ଶନ ଜେନା, ରାମଚନ୍ଦ୍ର ନାୟକ,ଶିକ୍ଷକ ନବକିଶୋର ପରିଡା, ସୁରେନ୍ଦ୍ର କୁମାର ମହାରଣା ପ୍ରମୁଖ ଯୋଗଦେଇ ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଵି ଵୃନ୍ଦାଵନ ପଣ୍ଡା, ରମାକାନ୍ତ ପଣ୍ଡା, ଅଭୟ କୁମାର ତ୍ରିପାଠୀ, ଅଂଜଳୀ ଲତା ପରିଡା, ସତ୍ୟବାଦୀ ନାୟକ, ଵିଶ୍ଵରଂଜନ ଷେଣ୍ଡ, ଗୋକୁଳାନନ୍ଦ ସାମଲ ପ୍ରମୁଖ ଵିଭିନ୍ନ ଆଲୋଚନାରେ ଭାଗ ନେଇ ସ୍ଵରଚିତ କବିତା ପାଠ କରିଥିଲେ। ସଂପାଦକ ଦାମୋଦର ନାୟକ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିବାଵେଳେ ସହସଂପାଦକ ତଥା ଯୁବ କବି ବିଶ୍ବମ୍ବର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।