ସାହିତ୍ୟ ସଂସଦ ଆନୁକୂଲ୍ୟରେ ମିଳିତ ସ୍ମୃତିଚାରଣ ସଭା

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ମିଳିତ ସ୍ମୃତିଚାରଣ ସଭା ସ୍ଥାନୀୟ ପବ୍ଲିକ ରିଡିଂ ରୁମରେ ରବିବାର ଅପରାହ୍ଣରେ ସାହିତ୍ୟ ସଂସଦ ଉପସଭାପତି ବରିଷ୍ଠ ଅଇନ୍‌ଜୀବୀ କବି ରାମକୃଷ୍ଣ ଦାଶଙ୍କ ପୈାରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଫଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରାଯିବାପରେ ସ୍ମୃତିଚାରଣ ସଭା କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ ନିକଟ ଅତୀତରେ ବହୁ ବିଶିିଷ୍ଠ ବ୍ୟକ୍ତିଙ୍କର ଦେହାନ୍ତ ଶୋକର ଛାୟା ଖେଳିଯାଇଛି । ଡାକ୍ତର ଅଲେଖ ଚନ୍ଦ୍ର ଦାସ ଓ ଡାକ୍ତର ବୈଷ୍ଣବ ଚରଣ ପରିଡା ଥିଲେ କେନ୍ଦ୍ରାପଡା ସ୍ୱାସ୍ଥ୍ୟସେବାର ଉଜ୍ଜ୍ୱଳ ନକ୍ଷତ୍ର । ଖାଲି ସ୍ୱାସ୍ଥ୍ୟସେବା ନୁହେଁ ସାହିତ୍ୟ ଏବଂ ସାମାଜିକ ଆନ୍ଦୋଳନରେ ଉଭୟ ଥିଲେ ଅନନ୍ୟ ବିନ୍ଧାଣୀ । ଗାଁ ଗାଁ ବୁଲି ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେଇ ଉଭୟ ଏକ ଜ୍ୱଳନ୍ତ ନିଦର୍ଶନ ସୃଷ୍ଟି କରିଯାଇଛନ୍ତି । ସେହିପରି ଶିକ୍ଷାବିତ୍ ରାଜକିଶୋର ଜେନା, ଅଧ୍ୟାପକ ସ୍ୱରାଜ କେତନ ମଙ୍ଗରାଜ ଓ ଗୋପବନ୍ଧୁ ରାଉତ ପ୍ରତ୍ୟେକ ଶିକ୍ଷାକ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ । ଏଥି ସହିତ କବି ଉମେଶ ମଲ୍ଲ ଓ ସମାଜସେବୀ ଦିନବନ୍ଧୁ ଦାସଙ୍କ ସେବାତ୍ୟାଗର ପଟ୍ଟାନ୍ତର ନାହିଁ । ଇତିମଧ୍ୟରେ ସାତଜଣଙ୍କ ଆଗପଛ ଦେହାନ୍ତ କେନ୍ଦ୍ରାପଡାର ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବକ୍ତାମାନେ ମତପୋଷଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ସଂପାଦକ ଶୁଭାଂଶୁ କୁମାର ଦାସ, ସମ୍ବାଦ ସାହିତ୍ୟ ଘରର ପ୍ରାକ୍ତନ ସଂପାଦକ କବିି ମନୋଜ କୁମାର ଦାସ, କବି ସୁରେନ୍ଦ୍ର ବେହେରା, ଶୈଳଜାଶଙ୍କର ସାମଲ, ଶରତ କୁମାର ରାଉତ, କବି ଅଶୋକ କୁମାର ସାହୁ, ନିକୁଞ୍ଜ ବିହାରୀ ପୃଷ୍ଟି, ଭୀମସେନ ପ୍ରଧାନ, ସତ୍ୟବାନ ମଲିକ, ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, କଣ୍ଠଶିଳ୍ପୀ ଗୋଲଖ କୁମାର ସେଠୀ, କବି ରଞ୍ଜନ କୁମାର ବାଈ, ଅଜୟ କୁମାର ପାତ୍ର, ବିଷ୍ଣୁପ୍ରିୟା ସ୍ୱାଇଁ, ନୃସିଂହ ଚରଣ ତ୍ରିପାଠୀ, ପ୍ରେମଲତା ଗିରି, ଶ୍ରୀଧର କୁମାର ଭୋଳ, ତୃପ୍ତୀମୟୀ ଜେନା, ଆଦିକନ୍ଦ ରାଉଳ,କବି ଅଭୟ କୁମାର ରାଉତ ପ୍ରମୁଖ ସାତଜଣ ରଥୀ ମହାରଥୀଙ୍କ ସମ୍ପର୍କରେ ଓ ସେମାନଙ୍କର ଜୀବନ ସଂଗ୍ରାମ ଏବଂ ସମାଜ ପ୍ରତି ଥିବା ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସର ଏକ ସ୍ୱରଚିତ କବିତାପାଠ କବି ଅଶୋକ କୁମାର ସାହୁ ଓ କବି ଶୈଳଜା ଶଙ୍କର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ କାର୍ଯ୍ୟକ୍ରମ କୋଭିଡ ନିୟମାନୁସାରେ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ