ସିଆର୍‌ସିସିଙ୍କ ଦକ୍ଷତା ବୃଦ୍ଧି ପାଇଁ ପାରଳାରେ ପ୍ରଶିକ୍ଷଣ କର୍ମଶାଳା

ପାରଳାଖେମୁଣ୍ଡି, (ତାରିିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଏକ ଜିଲ୍ଲାସ୍ତରୀୟ ମଣ୍ଡଳ ଶିକ୍ଷାଧିକାରୀ (ସିଆର୍‌ସିସି) ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତିନିଦିନିଆ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି ଅନୁଷ୍ଠାନର ଅଧ୍ୟକ୍ଷା ଅପର୍ଣ୍ଣା ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୩୭ଜଣ ସିଆର୍‌ସିସି ମାନଙ୍କୁ କର୍ମଶାଳାକୁ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମୋନଜ କୁମାର ଗମାଙ୍ଗ ପରିଚାଳନା କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡାକ୍ତର ମୁର୍ମୁ, ମମତା ଜେନା, ସୁଚିସ୍ମିତା ବଳ, ତ୍ରିଲୋଚନ ମହାଳିକ, ଜାତୀୟ ଶିକ୍ଷାନିତୀ ୨୦୨୦ର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନ କାରି ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୩ଟି ବ୍ଲକକୁ ନେଇ ଆୟୋଜନ କରାଯାଇଥିଲା । ସେ ୩ଟି ବ୍ଲକଗୁଡିକ ହେଲା ଯଥା କାଶୀନଗର, ଆର୍‌.ଉଦୟଗିରି ଓ ମୋହନା । ମଣ୍ଡଳ ଶିକ୍ଷାଧିକାରୀମାନେ ପ୍ରଶିକ୍ଷଣ ଗ୍ରହଣ କରିବାପରେ ନିଜ ବ୍ଲକ ଅଧିନରେ ଥିବା ସମସ୍ତ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ବିଦ୍ୟାଳୟର ଶିକ୍ଷକମାନେ ପ୍ରଶିକ୍ଷଣ ଅଭିଜ୍ଞତା ଗ୍ରହଣ କରି ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଉନ୍ନତି ସାଧନ କରିବେ । ଶିକ୍ଷକମାନେ ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିବା ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହେବେ । ଏହି ପ୍ରଶିକ୍ଷଣ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଶିକ୍ଷାର ମାନବୃଦ୍ଧି କରିବାରେ ସହାୟକ ହେବା ସହିତ ଛାତ୍ରଛାତ୍ରୀମାନଙ୍କର ଶିକ୍ଷତା ଉପଲବ୍ଧି ଓ ଦକ୍ଷତାସ୍ତରକୁ ବୃଦ୍ଧି କରିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ