ସ୍ୱାସ୍ଥ୍ୟ ଯୋଦ୍ଧାଙ୍କୁ କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ଡୋଜ

ପାରଳାଖେମୁଣ୍ଡି, (ତାରିିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ୩ଟି ବ୍ଲକ ନୂଆଗଡ, ରାୟଗଡ ଓ ଗୋଷାଣୀରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ କୋଭିଡ ଟୀକାକରଣର ଦ୍ୱିତୀୟ ଡୋଜ ଟୀକାକରଣର ଗତକାଲି ସୁଦ୍ଧା ୧୫୬୧ ଜଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଓ ଆଇସିଡିଏସ୍ କର୍ମଚାରୀ ମାନଙ୍କୁ ଟୀକାକରଣ କରାଯାଇଛି । ଏହି ଦ୍ୱିତୀୟ ଡୋଜର ତୃତୀୟ ଦିନରେ କେବଳ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ଅଙ୍ଗନବାଡି କର୍ମୀ, ହେଲପର, ଆଶା, ଏଏନ୍‌ଏମ୍ ଓ କର୍ମଚାରୀ ଏବଂ ଆଇସିଡିଏସ୍ ସୁପରଭାଜର ମାନେ ଟୀକା ନେଇଥିଲେ । ପ୍ରଥମ ଡୋଜ ନେବାପରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନ ଦେଖା ଦେବା ପରେ ସେମାନେ ୨୮ ଦିନ ପରେ ପୁଣି ଆଜି ତୃତୀୟ ଦିନରେ ଦ୍ୱିତୀୟ ଡୋଜ ନେବା ପାଇଁ ଅତ୍ୟନ୍ତ ଆଗ୍ରହର ସହିତ ଆସି ଲମ୍ବା ଲାଇନରେ ରହି ଟୀକା ନେଇଥିଲେ । ଗୋଷାଣୀ ବ୍ଲକ ଗୁରାଣ୍ଡି ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ଓ ଆଇସିଡିଏସ୍ କର୍ମଚାରୀ ମାନେ କୋଭିଡ ଟୀକା ନେବା ପରେ ସେମାନେ ନିରୀକ୍ଷଣ କକ୍ଷରେ ୩୦ ମିନିଟ ପର୍ଯ୍ୟନ୍ତ ବସିଥିଲେ । କାହାକୁ ହେଲେ କୌଣସି ପ୍ରକାର ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯାଇ ନଥିଲା । ଟୀକା ନେବା ପରେ ସ୍ୱାସ୍ଥ୍ୟ ବିଭାଗ ଡାଟା ମ୍ୟାନେଜର ମିହିର ନାରାୟଣ ଦାସ, ୨ଜଣ ଅଙ୍ଗନବାଡି କର୍ମଚାରୀ, ରଶ୍ମି ଚୌଧୁରୀ ଓ ଗାୟତ୍ରୀ ପାତ୍ର ଏବଂ ଆଇସିଡିଏସ୍ ସୁପରଭାଜର ସୁଜାତା ଗନ୍ତାୟତ ପ୍ରମୁଖ ସେମାନଙ୍କ ପ୍ରତିକ୍ରିୟାରେ ସେମାନେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସୁଯୋଗ ପ୍ରକାରେ ଦ୍ୱିତୀୟ ଡୋଜ କୋଭିଡ ଟୀକା ନେଇଛୁ । ଟୀକା ନେବା ପରେ ଆମ୍ଭେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ । କୌଣସି ପାଶ୍ୱର୍ ପ୍ରତିକ୍ରୀୟା ଦେଖା ଦେଇନାହିଁ । ଏହି ଟୀକା ନେବା ଫଳରେ ଏହା ଆମକୁ କରୋନାରୁ ମୁକ୍ତ ରଖିବା ସହ ସମାଜକୁ ମଧ୍ୟ ସୁରକ୍ଷା ପ୍ରଦାନ କବିବ । ଏହି ଟୀକା ସମ୍ପୂଣ୍ଣ ର୍ ଭାବେ ନିରାପଦ ଓ ସୁରକ୍ଷିତ । ସମସ୍ତଙ୍କୁଅନୁରୋଧ କରୁଛୁ ଯେ ସମସ୍ତେ ଏହି ଟୀକା ନିଅନ୍ତୁ ନିଜେ କରୋନା ମୁକ୍ତ ହେବା ସହ ସମାଜକୁ କରୋନା ମୁକ୍ତ ରଖିବାରେ ସହାୟକ ହୁଅନ୍ତୁ । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ପାତ୍ର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗର ୫୯୬୫ ଯୋଦ୍ଧାଙ୍କୁ ପ୍ରତିଶେଧକ ଟୀକାକରଣ କରାଯାଇଥିଲା । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିରେ ୧୫୬୧ ଜଣଙ୍କୁ ଗତକାଲି ସୁଦ୍ଧା ଟୀକାକରଣ ହୋଇଛି । ଆଜି ରବିବାର ଯୋଗୁଁ ଏହା ବନ୍ଦ ରହିଛି । ପୁଣି ଆସନ୍ତା କାଲି ଠାରୁ ଆରମ୍ଭ ହୋଇ ୫୯୬୫ ସ୍ୱାସ୍ଥ୍ୟ ବିଭାଗ ଯୋଦ୍ଧାଙ୍କୁ ଏହି ଟୀକା ପ୍ରଦାନ କରାଯିବ । ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାରେ ଏହି ଟୀକାକରଣରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇନାହିଁ । ସମସ୍ତଙ୍କ ଠାରେ ଏ ନେଇ ବିଶେଷ ଆଗ୍ରହ ବଢି ଚାଲିଛି । ଆଗାମୀ ଦିନରେ ଏହି ଟୀକାକରଣକୁ ଆହୁରି ବ୍ୟାପକ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ