ସିଏଟ୍ ଗ୍ରିପ୍ ଏକ୍ସ୩ ଟାୟାର୍ର ଶୁଭାରମ୍ଭ
ନୂଆଦିଲ୍ଲୀ, (ଏଜେନ୍ସି): ସିଏଟ୍ ପକ୍ଷରୁ ଭାରତରେ ଏହାର ନୂଆ ଟାୟାର ଗ୍ରିପ୍ ଏକ୍ସ୩ର ଶୁଭାରମ୍ଭ କରାଯାଇଛି । ସିଏଟ୍ର ନୂଆ ଡୁଆଲ କମ୍ପାଉଣ୍ଡ ଟେକ୍ନୋଲୋଜି (ଡିସିଟି) ଯୁକ୍ତ ଏହି ଟାୟରଗୁଡିକ ରାସ୍ତାରେ ଗିତଶୀଳ ଯାନକୁ ଗ୍ରିପ୍ ପ୍ରଦାନ କରିବ । ସମୟ ଅନୁସାରେ ଯାନରେ ଦେଖାଯାଉଥିବା ଗ୍ରିପ୍ର ସମସ୍ୟାକୁ ଦୂର ପାଇଁ ସିଏଟ୍ ପକ୍ଷରୁ ଏହି କୌଶଳର ପ୍ରୟୋଗ କରାଯାଇଛି । ଏହି ସମ୍ପର୍କରେ କମ୍ପାନୀର ବରିଷ୍ଠ ଉପ ସଭାପତି ନିତିଶ ବଜାଜ କହିଛନ୍ତି ଯେ “ଡୁଆଲ କମ୍ପାଉଣ୍ଡ ଟେକ୍ନୋଲୋଜିର ବିକାଶ ସିଏଟ୍ର ନବିକରଣ ଏବଂ ଗବେଷଣା ଉପରେ କ୍ରମାଗତ ଲକ୍ଷ୍ୟ ସ୍ଥାପନାର ଫଳାଫଳ । ଗ୍ରିପ୍ ଏକ୍ସ୩ ଭାରତର ପ୍ରଥମ ପ୍ରକାରର ଟାୟାର ଯାହା ଏହାର ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ ଗ୍ରିପ୍କୁ ସମାନ ଭାବେ ବଜାୟ ରଖିଥାଏ । ଏହା ଚାଳକକୁ ଏକ ସୁରକ୍ଷିତ ଏବଂ ଆରାମଦାୟକ ଚାଳନାର ପ୍ରତିଶ୍ରୁତି ପ୍ରଦାନ କରିବ । ଟାୟରର ବାହ୍ୟ ଅଂଶ ଖରାପ ହେବା ପରେ ଚାଳକ ସୁରକ୍ଷା ପାଇଁ ଏହାର ଆଭ୍ୟନ୍ତରୀଣ ଶକ୍ତିଶାଳୀ ସ୍ତର ଟାୟାରକୁ ଦୀର୍ଘ କାଳ ପର୍ଯ୍ୟନ୍ତ ଗ୍ରିପ ପ୍ରଦାନ କରିଥାଏ । ସୁରକ୍ଷାକୁ ଦୃଷ୍ଟିରେ ରଖି ସିଏଟ୍ ପକ୍ଷରୁ ଏହିପରି ଉତ୍ପାଦର ପ୍ରସ୍ତୁତି, ଉପକରଣରେ ବିକାଶ, ପଦାର୍ଥର ବିକାଶ ଏବଂ ଟାୟାର ପ୍ରସ୍ତୁତି ପ୍ରକିୟାରେ ନବିକରଣ କରାଯାଇଛି । ଭଲ ଗୁଣବତ୍ତାର ଟାୟାରର ଚାହିଦାକୁ ନଜରରେ ରଖି ଭାରତୀୟ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି କରାଯାଇଛି ।