ଭାରତରେ ଓପୋ ଏଫ୍୧୧ ପ୍ରୋ’ର ବଜାର ପ୍ରବେଶ
ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ, ଓପୋ ପକ୍ଷରୁ ଏହାର ଏଫ୍ ସିରିଜ ପୋର୍ଟଫୋଲିଓର ସମ୍ପ୍ରସାରଣ ଭାବେ ଭାରତରେ ଓପୋ ଏଫ୍୧୧ ପ୍ରୋର ଶୁଭାରମ୍ଭ କରାଯାଇଛି । ଉକ୍ତ ସ୍ମାର୍ଟଫୋନରେ ବହୁ ଅତ୍ୟାଧୁନିକ କୌଶଳ ସହିତ ନିମ୍ନ ଆଲୋକରେ ଫଟୋଗ୍ରାଫି ପାଇଁ ପୋର୍ଟରେଟ ଫଟୋଗ୍ରାଫି ସୁବିଧା ରହିଛି । ଏହା ନୂଆ ୪୮ଏମ୍ପି ଅଲ୍ଟ୍ରା-କ୍ଲିୟର କ୍ୟାମେରା ସିଷ୍ଟମ, ଏକ ରାଇଜିଂ କ୍ୟାମେରା ଏବଂ ପାନୋରୋମିକ ସ୍କ୍ରିନ ସହିତ ଉପଲବ୍ଧ । ଓପୋ ଏଫ୍୧୧ ପ୍ରୋ ଫ୍ଲିପ୍କାର୍ଟ, ଆମାଜନ୍.ଇନ, ପେଟିଏମ୍, ସ୍ନାପଡିଲ୍ ଏବଂ ଓପୋ ଷ୍ଟୋର୍ରେ ୧୫ମାର୍ଚ୍ଚ ଠାରୁ ୨୪,୯୯୦ ଟଙ୍କାରେ ଉପଲବ୍ଧ ହେବ । ଏହା ଦୁଇଟି ଭିନ୍ନ ରଙ୍ଗ ଥଣ୍ଡର ବ୍ଲାକ୍ ଏବଂ ଅଫରା ଗ୍ରିନ୍ ରଙ୍ଗରେ ଉପଲବ୍ଧ ହେବ ।


