ସିଡ଼ିପିଓଙ୍କ ନୂତନ କାର୍ଯ୍ୟାଳୟ କୋଠା ଉଦଘାଟନ କଲେ ବିଧାୟକ

କରଞ୍ଜିଆ,(ଜିତେନ୍ଦ୍ର ରାଜ ):ସ୍ୱମନିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଙ୍କ ନୂତନ କାର୍ଯ୍ୟାଳୟ ଗୃହ ଆଜି ଉଦଘାଟିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ଯୋଜନା ର ବିଭିନ୍ନ ସେବା କ୍ଷେତ୍ରରେ ଉନ୍ନତି କରଣ ନିମନ୍ତେ ପଯ୍ୟାପ୍ତ ଗୃହ ଆବଶ୍ୟକ ହେତୁ ନୂତନ ଗୃହ ନିର୍ମାଣହେଉଥିବାରୁ କିଛିମାସ ଧରି ମିଶନ ଶକ୍ତି ଭବନ ରେ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ କାର୍ଯ୍ୟକରୁଥିଲା।
କରଞ୍ଜିଆ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାଏକ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ରେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ଙ୍କ କରକମଳ ରେ ଏହା ଉଦଘାଟିତ ହୋଇଯାଇଛି
ଏହି କାର୍ଯ୍ୟକ୍ରମ ରେ କରଞ୍ଜିଆ ସ୍ୱମନିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ମଞ୍ଜୁଳା ବେହେରା, ସାଂସଦ ଙ୍କ ପ୍ରତିନିଧି ସୁନାମଣୀ ହୋ,ଲୁନା ମିଶ୍ର,ମନୋଜ ମହାନ୍ତ,ମନ ଜେନା,ସହକାରୀ ଯନ୍ତ୍ରୀ ସୟେଦ ଅମଜଦ ଅଲ୍ଲୀ ପ୍ରମୁଖ ଙ୍କ ସହିତ ଅନେକ ଅଙ୍ଗନୱାଡି କର୍ମୀ, ସୁଭଦ୍ରା ଶକ୍ତି କାର୍ଯ୍ୟକର୍ତା ଙ୍କ ସହିତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା ରେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ