ସିଡ୍ନୀରେ ଶୀତ ପ୍ରସ୍ତୁତି
ନୂଆଦିଲ୍ଲୀ, (ଏଜେନ୍ସି): ଭିଭିଡ୍ ସିଡ୍ନୀ ଗ୍ରୀଷ୍ମ ଋତୁରେ ଏକ ଉପଯୋଗୀ କ୍ଷେତ୍ର ଭାବେ ପରିଗଣିତ । ଶୀତ ଋତୁରେ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ସକ୍ଷମ । ଏଠାରେ ଥିବା ହମ୍ପ୍ ବ୍ୟାକ୍ ହ୍ୱେଲ୍ ସେମାନଙ୍କ ବାର୍ଷିକ ପରିଭ୍ରମଣ ସମୟରେ ଏଠାରେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିବ । ତେଣୁ ଶୀତରେ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇଥାଏ । ଏହି ଅବସରରେ ୱେଷ୍ଟର୍ଣ୍ଣ ସିଡ୍ନୀ ନିଯୁକ୍ତି, ନିବେଶ ତଥା ପର୍ଯ୍ୟଟନ ମନ୍ତ୍ରୀ ଷ୍ଟୁଆର୍ଟ ଅୟାରିସ୍ କହିଛନ୍ତି ଯେ ସିଡ୍ନୀ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇଥାଏ । ବନ୍ଦର ସହର ସିଡ୍ନୀରେ ଦକ୍ଷିଣ ଗୋଲାର୍ଦ୍ଧର ବୃହତମ ଉତ୍ସବ ମଇ ୨୪ରୁ ଜୁନ୍ ୧୫ ପର୍ଯ୍ୟନ୍ତ ପାଳିତ ହୋଇଥାଏ । ସେହିପରି ଜୁନ୍ ୫ରୁ ୧୬ ପର୍ଯ୍ୟନ୍ତ ସିଡ୍ନୀ ଫିଲ୍ମ ଫେଷ୍ଟିଭାଲର ଆନନ୍ଦ ପର୍ଯ୍ୟଟକ ଉଠାଇପାରିବେ । ଏଠାରେ ପୁରସ୍କାର ପ୍ରାପ୍ତ ଫିଲ୍ମ ପ୍ରଦର୍ଶନ କରାଯିବ । ୧୦-୩୦ ଟିକେଟ କିଣିଲେ ରିହାତି ପ୍ରଦାନ କରାଯିବ । ସେହିଭଳି ମଇ ୧୭-୧୮ରେ ମର୍ସିଡିସ୍ ବେଞ୍ଚ ଫେଶନ୍ ୱିକ୍ ଏଠାରେ ଅନୁଷ୍ଠିତ ହେବ । ଜୁନ୍ ୨୩ ପର୍ଯ୍ୟନ୍ତ ହାଣ୍ଡା ଅପେରା, ଅଗଷ୍ଟ ୨୦ରୁ ସଟର ଡେ ନାଇଟ୍ ଫିଭର ଏବଂ ମୁରିଏଲସ୍ ୱିଡିଂ ଫିଲ୍ମ ପ୍ରଦର୍ଶର୍ିତ ହେବ । ଜୁନ୍ ୨ରେ ଏଠାକାର ଥିଏଟର ବନ୍ଦ ହୋଇ ଜୁନ୍ ୨୮ରେ ଖୋଲିବ । ଜୁନ୍ ୧୦ରୁ ଏଠାରେ ଆୟୋଜିତ ଷ୍ଟାର ୱାର ଆଇଡେଣ୍ଟିଟିରେ ୨୦୦ରୁ ଅଧିକ ବ୍ଲକ୍ ବଷ୍ଟର ମୁଭି ପ୍ରଦର୍ଶିତ ହେବ ।