ସିଦ୍ଦିକା ବିବିଙ୍କ ପରଲୋକ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୧୬ନମ୍ବର ୱାର୍ଡ ଫକିରାବାଦ ଗ୍ରାମର ସୂର୍ଗତ ସେକ ଅବଦୁଲ ମୋନାଫଙ୍କ ପତ୍ନୀ ସିଦ୍ଦିକା ବିବିଙ୍କର ୯୨ବର୍ଷ ବୟସରେ ସୋମବାର ରାତିରେ ପରଲୋକ ହୋଇଯାଇଛି।ସୂର୍ଗତ ସିଦ୍ଦିକା ହେଉଛନ୍ତି ପୂର୍ବତନ କାଉନସିଲର ହିବଜୁର ରହେମାନଙ୍କ ମା।ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ । ସିଦ୍ଦିକଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ପୂର୍ବତନ କାଉନସିଲର ରଞ୍ଜିତ କୁମାର ସାହୁ(ଧନି), ମୁକ୍ତାର ଖାଁ, ପୂର୍ବତନ ନଗରପାଳ ଧିରେନ ସାହୁ, ସୟଦ ଅକମଲ ଅଲ୍ଲୀ, ସୈାମେନ୍ଦ୍ର କୁମାର ପୃଷ୍ଟି, ସଲିମ ଖାନ, ପ୍ରକାଶ ଚନ୍ଦ୍ର ପରିଡା, ମୀର ମୁର୍ଶିଦ, ହିରଣ୍ୟ ପଣ୍ଡା, ସେକ ରହେମତ ଅଲ୍ଲୀ, ପ୍ରଫୁଲ୍ଲ କୁମାର ସାହୁ, ସେକ ଆସିକଉଦ୍ଦିନ ପ୍ରମୁଖ ତାଙ୍କ ବାସଭବନରେ ପହଁଚି ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ମୃତ୍ୟୁରେ ଫକିରାବାଦ ଅଂଚଳରେ ଶୋକରଛାୟା ଖେଳିଯାଇଛି । ମଙ୍ଗଳବାର ମେହେମୁଦାବାଦସ୍ଥିତ କବରସ୍ଥାନରେ ତାଙ୍କୁ କବର ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ