ସିଦ୍ଧଦାସ ପୁଷ୍କରିଣୀର ପୁନରୁଦ୍ଧାର କରାଯିବାକୁ ଗ୍ରାମ ଉନ୍ନୟନ କମିଟିର ଦାବି

କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଭଗବାନପୁର ସ୍ଥିତ ସିଦ୍ଧଦାସ ପୁଷ୍କରିଣୀର ପୁନରୁଦ୍ଧାର କରାଯିବାକୁ ସାନମଙ୍ଗଳା ଗ୍ରାମ ଉନ୍ନୟନ କମିଟି ଓ ସିଦ୍ଧଦାସ ସ୍ମୃତି କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ଘଟଣାରୁ ପ୍ରକାଶ ଯେ ସାନମଙ୍ଗଳା ଗ୍ରାମ ଉନ୍ନୟନ କମିଟି ଓ ସିଦ୍ଧଦାସ ସ୍ମୃତି କମିଟି ଓ ଭଗବାନପୁର ଏବଂ ଇଶ୍ୱରପୁର ଗ୍ରାମବାସୀମାନେ କେନ୍ଦ୍ରାପଡା ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଗତ କିଛମାସ ତଳେ ଜବରଦଖଲ ସମସ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ସିଦ୍ଧଦାସ ପୁଷ୍କରିଣୀ ନିକଟରେ ନିର୍ମାଣ କରାଯାଇଥିବା ରାସ୍ତାଟିକୁ ଜେସିବି ମେସିନ ଦ୍ୱାରା ଭାଙ୍ଗି ଦିଆଯାଇଥିଲା । କିନ୍ତୁ ଏହା ଦ୍ୱାରା ସିଦ୍ଧଦାସ ପୁଷ୍କରିଣୀର ଚର୍ତୁିପାଶ୍ୱର୍ ବନ୍ଧ ଭାଙ୍ଗିଯିବା ଦ୍ୱାରା ସେହି ପୋଖରୀ ଭିତରେ ପୈାରାଚଂଳର ଡ୍ରେନର ପାଣି ପଶି ପୋଖରୀ ପାଣିକୁ ବିଷାକ୍ତ କରିଦେଇଛି । ସେହି ପୋଖରୀରେ ଗାଧୋଇଲେ ଦେହ କୁଣ୍ଡାଇ ହେବା ସହ ଚର୍ମ ରୋଗ ବ୍ୟାପୁଛି ବୋଲି ଅଭିଯୋଗ ହୋଇଛି । ଏତଦବ୍ୟତିତ ଧାର୍ମିକ ପ୍ରଥା ଅନୁଯାଇ ପ୍ରତ୍ୟେକ ଅଶୋକାଷ୍ଟମୀ ଦିନ ସେହି ପୋଖରୀରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ସେହି ପୋଖରୀରେ ତୀର୍ଥ ଜଳରେ ବୁଡ ପକାଇ ନିଜକୁ ଧନ୍ୟ ମନେକରି ଥାଆନ୍ତି । କିନ୍ତୁ ପୋଖରୀଟିରେ ନାଳନର୍ଦ୍ଦମା ଓ ପାଇଖିନାର ପାଣି ଭର୍ତ୍ତି ହୋଇ ସେହି ପାଣିକୁ ବିଷାକ୍ତ କରିଦେଇଥିବାରୁ ତାହାକୁ ତୁରନ୍ତ ପୁନରୁଦ୍ଧାର କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ନିର୍ମଳ ପତି,ନୃସିଂହ ପ୍ରସାଦ ପତି,ରାଜେନ୍ଦ୍ର ପ୍ରସାଦ ପାଣି,ବେଣୁଧର ଶତପଥୀ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ