ସିଦ୍ଧମହାବୀର ରେଳଓଭରବ୍ରିଜ୍ ନିର୍ମାଣ ଦାବି ଜୋର ଧରିଲା ହୋପ ଲାଇଫ ଟ୍ରଷ୍ଟ ପକ୍ଷରୁ ବିକ୍ଷୋଭ

ପୁରୀ(ଯୁଗାଦ୍ଦ ନ୍ୟୁଜ)ପୁରୀ ସହରର ମୁଖ୍ୟ ସମସ୍ୟା ସାଜିଛି ସିଦ୍ଧମହାବୀର ରେଳଲାଇନ୍ । ପ୍ରତ୍ୟେକ ଦିନ ପୁରୀକୁ ୫୦ରୁ ଅଧିକ ଟ୍ରେନ୍ ଯାତ୍ରାୟତ କରୁଛି । ଫଳରେ ଉକ୍ତ ଫାଟକଟି ପ୍ରତି ୧୦ ମିନିଟିରେ ଗେଟ ବନ୍ଦ ହେଉଛି । ଯାହା ଫଳରେ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକ,ରୋଗୀ,ସ୍କୁଲ ପିଲା ସମେତ ଅନେକ ହଇରାଣ ହରକତ ହେଉଛନ୍ତି । ଏହି ଅସୁବିଧା ଦିନକୁ ଦିନ ବୁଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଗଲାଣି । ଏହା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବରେ ଗୁରୁତ୍ୱ ଦେଇ ତୁରନ୍ତ ଓଭରବ୍ରିଜ୍ କରିବା ପାଇଁ ଦାବୀ ହୋଇଛି । ତେଣୁ ରବିବାର ପୁରୀର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୋପ ଇଜ୍ ଲାଇଫର ସଦସ୍ୟାମନେ ସିଦ୍ଧମହାବୀର ରେଳ ଧାରଣା ଉପରେ ଠିଆ ହୋଇ ଓଭରବ୍ରିଜ୍ ଆମ୍ଭର ଦାବୀ ବୋଲି ନରାବାଜି କରିବା ସହିତ ଦୀର୍ଘ ସମୟ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଗାମୀ ଦିନରେ ସରକାର ଉକ୍ତ ଘଟଣାକୁ ଗୁରୁତର ଭାବରେ ଗ୍ରହଣ ନକଲେ ଆଗକୁ ଅନୁଷ୍ଠାନ ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ପୁରୀ ହେଉଛି ଏକ ପର୍ଯ୍ୟଟନ ସହର । ଏଠାକୁ ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ସୁଅ ଛୁଟୁଛି । ପର୍ଯ୍ୟଟକମାନେ ପୁରୀରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ଓ ବେଳାଭୂମି ବୁଲି ସାରିଲା ପରେ ସେମାନେ କୋଣାର୍କ ଅଭିମୁଖେ ବାହାରିଲା ବେଳକୁ ତାଙ୍କୁ ବାଟ ଅଗାଳୁଛି ଏହି ରେଳଫାଟକ । ଏହି ରେଳଫାଟକ ଦୀର୍ଘ ସମୟ ଧରି ବନ୍ଦ ରହିବା ଦ୍ୱାରା ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଦୀର୍ଘ ସମୟ ଅଟକି ରହୁଛି । ଯାହା ଫଳରେ ଲୋକମାନେ ନାହିଁ ନଥିବା ହରରାଣ ହରକତ ହେଉଛନ୍ତି । ଅନ୍ୟପକ୍ଷରେ ଏହି ଜାମ୍ରେ ମଧ୍ୟ ଫଶୁଛନ୍ତି ଆମ୍ବୁଲାନ୍ସରେ ଆସୁଥିବା ରୋଗୀ ଓ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ସାଧାରଣ ଲୋକ । ହେଲେ ଏହି ଅସୁବିଧାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ସୁଧା କିଛି ସୁଫଳ ମିଳୁନାହିଁ । ତେଣୁ ଆମ୍ଭେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଉଛୁ ବୋଲି କହିଛନ୍ତି କମିଟିର ସଦସ୍ୟ । ସେହିପରି ସିଦ୍ଧମହାବୀର କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ବାରମ୍ବାର ଦାବୀ କରିବା ସହିତ ଏକ ଲକ୍ଷରୁ ଅଧିକ ଦସ୍ତଖତ ସମ୍ମିଳିତ ଏକ ଦାବୀପତ୍ର ମଧ୍ୟ ରାଷ୍ଟ୍ରରେଳମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ହେଲେ ଓଭରବ୍ରିଜ୍ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ସ୍ଥାନୀୟ ନେତାମାନେ ସଫେଇ ଦେଉଥିଲା ବେଳେ ବାସ୍ତବରେ ତାହା କେବେ କାର୍ଯ୍ୟ ଆରମ୍ଭ ହେବ ତାହା ସ୍ପଷ୍ଟ କରୁନାହାନ୍ତି । ଫଳରେ ଏହାକୁ ନେଇ ସାଧାରଣରେ ଜନଅସନ୍ତୋଷ ଦିନକୁ ଦିନ ବୁଦ୍ଧି ପାଇବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ