ଯୁବତୀକୁ ଅପହରଣ ଓ ଅସଦାଚରଣ ନେଇ ଥାନାରେ ଅଭିଯୋଗ

ପୁରୀ(ଯୁଗାଦ୍ଦ ନ୍ୟୁଜ)ଗତ ଡିସେମ୍ବର ୭ତାରିଖରେ ଜଣେ ଯୁବତୀକୁ ଘରେ ଛାଡିବାକୁ କହି ସେଠାରୁ ଅପହରଣ କରି ନେଇ ଏକ ନିଛାଟିଆ ସ୍ଥାନରେ ୧୧ ଦିନ ରଖିବା ଓ ନିଶା ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା । ତତ୍ ସହିତ ଅଶ୍ଳୀଳ ଫଟୋ ଉଠାଇ ଜବରଦସ୍ତ ଏକ ମନ୍ଦିରରେ ବିବାହ କରିଥିଲା । ମାତ୍ର ଏନେଇ ପରିବାର ଲୋକ ମୋତେ ତା ପାଖରୁ ଉଦ୍ଧାର କରି ଆଣି ଭିଣୋଇଙ୍କ ଘରେ ରଖିଥିଲେ । କିନ୍ତୁ ପୁଣି ଥରେ ଗତକାଲି ସେ ଭିଣୋଇ ଘରକୁ ଆସି ଜବରଦସ୍ତ ମୋତେ ଉଠାଇ ନେବାକୁ ଉଦ୍ୟମ କରୁଥିଲା । ହେଲେ ଭଉଣୀ ଓ ଭିଣେଇ ସମେତ ଗ୍ରାମବାସୀ ବିରୋଧ କରିବାରୁ ସେ ଘଟଣାସ୍ଥଳାରୁ ଫେରାର ହୋଇଗଲା । ସେ ହେଲେ ସଦରଥାନା ଅର୍ନ୍ତଗତ ତିନିକୁଦି ଗ୍ରାମର ଚକ୍ରଧର ବରାଳ । ସେ ମଧ୍ୟ ମୋ ସହିତ ବାହାଘର କର ନଚେତ୍ ଝିଅର ଜୀବନ ନଷ୍ଟ କରିବା ସହିତ ପରିବାର ଲୋକଙ୍କୁ ମାରିଦେବୀ ବୋଲି ଧମକ ଦେଇଥିବା ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ