ସିଦ୍ଧ ପରମହଂସ ପ୍ରାଥମିକ ମତ୍ସ୍ୟଜୀବି ସମବାୟ ସମିତି ପୂର୍ବତନ ସମ୍ପାଦକଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁରର ସିଦ୍ଧ ପରମହଂସ ପ୍ରାଥମିକ ମତ୍ସ୍ୟଜୀବି ସମବାୟ ସମିତିର ସମ୍ପାଦିକା ବନୀ ତରାଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ସମବାୟ ସମିତିର ପୂର୍ବତନ ସମ୍ପାଦକ ନଗେନ୍ଦ୍ର ତରାଇ ସମିତିର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯଥା ସମିତିର ମୂଳ ପଞ୍ଜିକରଣ ପ୍ରମାଣପତ୍ର,ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ଠାରୁ ପ୍ରାପ୍ତ ସଇରାତର ରସିଦ ଗୁଡିକ,ସମ୍ପାଦକ ଓ ସଭାପତିଙ୍କ ଅଫିସ ସିଲ(ମୋହର)ଜାଲଡିଙ୍ଗି ଋଣର ସମ୍ପୂର୍ଣ୍ଣ କାଗଜାଦପତ୍ର ଓ ପୂର୍ବତନ ସମ୍ପାଦକ ନଗେନ୍ଦ୍ର ତରାଇଙ୍କ ପଦବୀରୁ ଇସ୍ତଫାପତ୍ର ପ୍ରଭୃତି ଜୋରଜବରଦସ୍ତି ଭାବରେ ନିଜ ପାଖରେ ରଖିଛନ୍ତି । ବହୁବାର ଶ୍ରୀ ତରାଇଙ୍କୁ ଅନୁରୋଧ ସତ୍ୱେ ସେ ସମିତିର ଉପରୋକ୍ତ କାଗଜପତ୍ର ଗୁଡିକୁ ଫେରାଉନାହାନ୍ତି । ଏବେ ସମିତିର ଅର୍ଡିଟ ନିମନ୍ତେ ସେହିସବୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରର ଆବଶ୍ୟକ ପଡିବାରୁ ପୁନର୍ବାର ବର୍ତ୍ତମାନର ସମିତି ସମ୍ପାଦିକା ଶ୍ରୀମତୀ ତରାଇ ତାଙ୍କୁ ମାଗିବାରେ ପୂର୍ବତନ ସମ୍ପାଦକ ନଗେନ୍ଦ୍ର ବନୀଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ସମିତିର ଗତ ୩ବର୍ଷର ଅର୍ଡିଟ ହୋଇପାରୁନଥିବାରୁ ଜିଲ୍ଲା ମତ୍ସ୍ୟ ଅଧିକାରୀ, ପଟ୍ଟାମୁଣ୍ଡାଇ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ଓ କଟକସ୍ଥିତ ସମବାୟ ସମିତି ସମୁହର ଉପନିବନ୍ଧକଙ୍କ କାର୍ଯ୍ୟାଳୟରୁ ବାରମ୍ବାର ସମିତିର ରେକର୍ଡ ଦାଖଲ କରିବାକୁ ନିର୍ଦେଶ ଆସୁଥିଲେ ମଧ୍ୟ ତାହା ଦାଖଲ ହୋଇପାରୁନାହିଁ । ଏସମ୍ପର୍କରେ ସେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେ ଜିଲ୍ଲାପାଳଙ୍କୁ ଭେଟି ତାଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ