ସିଦ୍ଧ ପରମହଂସ ପ୍ରାଥମିକ ମତ୍ସ୍ୟଜିବି ସମବାୟ ସମିତି ପକ୍ଷରୁ ମତ୍ସ୍ୟଜିବିଙ୍କୁ ଭରଣ ପୋଷଣ ଦାବି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁରସ୍ଥିତ ସିଦ୍ଧ ପରମହଂସ ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଭ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ମତ୍ସ୍ୟ ଅଧିକାରିଣୀଙ୍କ ପରାମର୍ଶ କ୍ରମେ ଏହି ସମିତିର ଅର୍ଡିଟ କରାଯାଇଥିଲା । ପରେ ଗତ ୨୦୨୦ମସିହା ଅକ୍ଟୋବରମାସ ୧୧ତାରିଖରେ ଜିଲ୍ଲା ମତ୍ସ୍ୟ ଅଧିକାରିଣୀଙ୍କ ଉପସ୍ଥିତିରେ ସମିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ୨୦ଜଣ ମତ୍ସ୍ୟଚାଷୀଙ୍କ ନାମ ବଛାଯାଇ ସେମାନଙ୍କୁ ଋଣ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ୨ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇ ଅନୁଦାନରୁ ଏକଲକ୍ଷ ଟଙ୍କା ୨୦ଜଣ ମତ୍ସ୍ୟଚାଷୀଙ୍କୁ ଋଣ ପ୍ରଦାନ ସହ ଅନ୍ୟ ଏକଲକ୍ଷ ଟଙ୍କା କୁ ଉନ୍ନତି ମୂଳକ କାର୍ଯ୍ୟରେ ବିନିଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ଏସ.ଆର.ସି.ଏସ.ଙ୍କୁ ଦେଖାକର ତୁମ ସମିତିର କିଛି କାଗଜପତ୍ର ତାଙ୍କ ପାଖରେ ରହିଛି । ନଚେତ ତୁମ ସମିତିର କିଛି ହୋଇପାରିବନି ବୋଲି କହିଲେ । ଏହା ମଧ୍ୟରେ ଦୀର୍ଘ ୪ମାସ କାଳ ଦୈାଡି ଦୈାଡି ମତ୍ସ୍ୟ ସମିତିର ସଭ୍ୟମାନେ ନୟାନ୍ତ ହୋଇସାରିଲେଣି । ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ସେମାନଙ୍କୁ ଜାତିଆଣ ଆଖେପ କରି ଗାଳିଗୁଲଜ କରି ସେମାନଙ୍କର ସମ୍ମାନ ହାନୀ କରିଥିବା ସମ୍ପର୍କରେ ଅଭୟ ତରାଇ, ଅନାଦି ଚରଣ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।


