ପାଟଳିପଙ୍କ ଗ୍ରାମପଂଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍କ ଗ୍ରାମପଂଚାୟତରେ ବ୍ୟାପକ ଦୁର୍ନୀତି, ସରକାରୀ ଅର୍ଥ ହରିଲୁଟ ଓ ଅନିୟମିତତା ହୋଇଥିବା ସମ୍ପର୍କରେ ପଂଚାୟତବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରସ୍ତୁତ କରାଯାଇଥିବା ହିତାଧିକାରୀଙ୍କ ପ୍ରାୟରିଟି ତାଲିକାର ଆଗରେ ଥିବା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାନଯାଇ ପଛରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ସ୍ୱଛ ଭାରତ ମିଶନ ସେହି ପଂଚାୟତରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ରାସ୍ତାଘାଟ ଆଲୋକୀକରଣରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ବେଳେ ଦିନମଜୁରିଆମାନଙ୍କୁ ରୋଜଗାରକ୍ଷମ କରିବା ଉଦେଶ୍ୟରେ ହୋଇଥିବା ଏମ.ଜି.ଏନ.ଆର.ଇ.ଜି.ଏସ.ରେ କୋଦାକଣ ଭଳି ଅନୁସୂଚିତ ଜାତି ଅଧୁଷିତ ଗ୍ରାମରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପରେ କାମକରି ବହୁ ଗରୀବ ଅନୁସୂଚିତ ଜାତିର ଲୋକ ମଜୁରୀ ପାଇନଥିବା ଅଭିଯୋଗ ହୋଇଛି । ଏହିଭଳି ଭାବରେ ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି ଓ ପ୍ରୀୟାପ୍ରିତୀତୋଷଣ ହୋଇଥିବା ପଂଚାୟତବାସୀଙ୍କ ପକ୍ଷରୁ ସତ୍ୟାନନ୍ଦ ମହାନ୍ତି, ନିର୍ମଳ କୁମାର ମଲ୍ଲ, ଜୀବନ ମଲ୍ଲିକ, ମନୋରମା ସେଠୀ, ସୁବ୍ରତ କୁମାର ଦାସ, ଯଦୁମଣୀ ଦାସ, ନରେନ୍ଦ୍ର ଖଟୁଆ, ଅରକ୍ଷୀତ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ