ସିପିଆଇ ଚମାଖଣ୍ଡି ଆଂଚଳିକ ପରିଷଦ ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା) : ସିପିଆଇ ଚମାଖଣ୍ଡି ଆଂଚଳିକ ପରିଷଦ ବୈଠକ ଦଳୀୟ କାର୍ଯ୍ୟାଳୟ ପରିସରରେ ଡି.ଦଣ୍ଡପାଣି ରେଡ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସଂପାଦକ ସିଏଚ୍‌.ଜନାର୍ଦ୍ଦନ ରେଡ୍ଡି ସହସଂପାଦକ ଗୁରୁନାଥ ପ୍ରଧାନ ଓ ଏନ୍ ଗିରିଜା ପ୍ରସାଦ ରେଡ୍ଡି,ଉତ୍କଳ ମହିଳା ସମିତିର ଉପସଭାନେତ୍ରୀ ଏନ୍ ଭାନୁମତି ରେଡ୍ଡି,ମାଗୁଣି ବିଷୋୟୀ,ପୂର୍ବତନ ସରପଂଚ ସିମାଂଚଳ ସାହୁ, କେ.ଗଣେଷ ରେଡ୍ଡି,ସିଏଚ୍ ସତ୍ୟ ନାରାୟଣ ରେଡ୍ଡି, ଦୁର୍ଯ୍ୟୋଧନ ନାହାକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମି ମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ କୃଷି ବିରୋଧୀ ଆଇନ୍ କୁ କଡା ସମାଲୋଚନା କରିବା ସହ ତୁରନ୍ତ ଏହି କଳା ଆଇନ୍ ପ୍ରତ୍ୟାହାର କରିବା ନିମନ୍ତେ ଦାବୀ କରିଥିଲେ । ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆସନ୍ତା ୧୮ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ସମେତ କଳା ଆଇନ ପ୍ରତ୍ୟାହାର କରିବା ଦାବୀ ନେଇ ଆନ୍ଦୋଳନ କରାଯିବ ବୋଲି ଯୋଗ ଦେଇଥିବା ନେତା ମାନେ ମତବ୍ୟକ୍ତ ରଖିଥିଲେ । ଏହା ସହିତ ଶିଳ୍ପ ଗୁଡିକରେ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ଦଳ ପକ୍ଷରୁ ଦାବୀ କରାଯାଇଛି । ପ୍ରାରମ୍ଭରେ ଜୋନାଲ ସଂପାଦକ ଶ୍ରୀ ରେଡ୍ଡି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମାଗୁଣି ବିଷୋୟୀ ଶୋକ ପ୍ରସ୍ତାବ ଆଗତ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ